Categories: ଖେଳ

ପୂଜାରାଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅଶ୍ୱିନ୍‌: ଏମିତି କରିଦେଲେ ଫାଳେ ନିଶ କାଟିଦେବି

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ନିଜ ସାଥୀ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଯଦି ପୂଜାରା ତାଙ୍କର ଚ୍ୟାଲେଞ୍ଜ ପୂରଣ କରିଦେଲେ ତେବେ ମୁଁ ଫାଳେ ନିଶ କାଟିଦେବି ବୋଲି ଅଶ୍ୱିନ୍‌ କହିଛନ୍ତି। ଭାରତୀୟ ବ୍ୟାଟିଂ କୋଚ୍‌ଙ୍କ ସହ ଏକ ସାକ୍ଷାତକାରରେ ଅଶ୍ୱିନ ତାଙ୍କୁ ପ୍ରଶ୍ନ କରି କହିଛନ୍ତି, କେବେ ଆମେ ପୂଜାରାଙ୍କୁ ଅଫ୍‌ ସ୍ପିନର୍‌ଙ୍କ ବିପକ୍ଷରେ କ୍ରିଜ୍‌ରୁ ଆଗକୁ ବଢି ଶଟ୍‌ ମାରିବାର ଦେଖିବୁ? ଏହାର ଜବାବରେ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଥିଲେ, କାର୍ଯ୍ୟ ପ୍ରଗତିରେ ଚାଲିଛି। ପୂଜାରାଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି। ସେ ଏପର୍ଯ୍ୟନ୍ତ ମାନି ନାହାନ୍ତି। ଏହାପରେ ଅଶ୍ୱିନ କହିଥିଲେ ଯଦି ଇଂଲଣ୍ଡ ବିପକ୍ଷରେ ପୂଜାରା ମୋଇନ ଅଲ୍ଲୀ କିମ୍ବା ଅନ୍ୟ ସ୍ପିନର୍‌ଙ୍କ ବିପକ୍ଷରେ ଆଗାକୁ ଆସି ଶର୍ଟ ମାରନ୍ତି ତେବେ ମୁଁ ମୋ ଅଧା ନିଶ କାଟିଦେବି। ଏହା ମୋର ଚ୍ୟାଲେଞ୍ଜ ବୋଲି ସେ କହିଥିଲେ।

Share