Categories: ଖେଳ

ଶାସ୍ତ୍ରୀଙ୍କ ଅଜବ ଡିମାଣ୍ଡ୍‌

ମୁମ୍ବାଇ,୧।୬: ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଟି-୨୦ ସିରିଜ୍‌କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଟି -୨୦ ଫର୍ମାଟ ଦ୍ୱିପାକ୍ଷିକ ସିରିଜ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା କେବଳ ବିଶ୍ୱକପରେ ସୀମିତ ରହିବା ଉଚିତ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପୂର୍ବରୁ ଶାସ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ସିରିଜ ଜୁନ ୯ରୁ ଆରମ୍ଭ ହେଉଛି।
ଏକ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି, ଟି -୨୦ କ୍ରିକେଟ ଫୁଟବଲ ଭଳି ହେବା ଉଚିତ୍‌। ଯେଉଁଠାରେ, କେବଳ ବିଶ୍ୱକପ ଖେଳାଯାଏ। ଦ୍ୱିପାକ୍ଷିକ ଟୁର୍ନାମେଣ୍ଟକୁ କେହି ମନେ ରଖନ୍ତି ନାହିଁ। ଭାରତୀୟ ପୂର୍ବତନ କୋଚ୍‌ ଭାବରେ ମୋର ଶେଷ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱକପ ବ୍ୟତୀତ ଗୋଟିଏ ଟି -୨୦ ମ୍ୟାଚ ମନେ ନାହିଁ। ତେଣୁ ପ୍ରତି ଦୁଇ ବର୍ଷରେ ଗୋଟିଏ ଟି-୨୦ ବିଶ୍ୱକପ ହେବେ ଭଲ ହେବ।

Share