Categories: ଖେଳ

‘ରୋହିତ ଟେଷ୍ଟ-ଦିନିକିଆ ସମ୍ଭାଳନ୍ତୁ, ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍‌ର ଅଧିନାୟକ’

ନୂଆଦିଲ୍ଲୀ,୧୮।୧୧: ଟି୨୦ ବିଶ୍ୱକପ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଟି୨୦ ଫର୍ମାଟରେ ଦଳରେ ନୂଆ ଅଧିନାୟକ ନିଯୁକ୍ତିକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏସବୁ ମଧ୍ୟରେ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଅଧିନାୟକ ପଦକୁ ନେଇ ତାଙ୍କ ପସନ୍ଦର ଖେଳାଳି ବିଷୟରେ କହିଛନ୍ତି।

ଶାସ୍ତ୍ରୀ କହିଛନ୍ତି, ଟି୨୦ ଫର୍ମାଟରେ ନୂଆ ଅଧିନାୟକ ରଖିବାରେ କୌଣସି ଅସୁବିଧା ନାହିଁ। ଏତେ କ୍ରିକେଟ ଖେଳାଯାଉଛି ଯେ ଜଣେ ଖେଳାଳି ପାଇଁ ସମସ୍ତ ଫର୍ମାଟରେ ଖେଳିବା ସହଜ ନୁହେଁ। ଯଦି ରୋହିତ ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ତେବେ ଟି୨୦ ଲାଗି ନୂତନ ଅଧିନାୟକ ରହିପାରିବେ। ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଟି୨୦ ଅଧିନାୟକ ପଦ ଲାଗି ଉଚିତ ପ୍ରାର୍ଥୀ। ବିଶେଷକରି ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସକୁ ପ୍ରଥମ ସିଜନ୍‌ରେ ନିଜ ନେତୃତ୍ୱରେ ବିଜେତା କରିବା ତାଙ୍କ ପାଇଁ ବଡ ଉପଲବ୍ଧି ବୋଲି କହିପାରିବା ବୋଲି ସେ କହିଛନ୍ତି।

Share