Categories: ଖେଳ

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ଏହି ପରାଜୟକୁ ନେଇ ଦଳର ଖେଳାଳି ନିରାଶ ହୋଇ ପଡ଼ିଥିବା ବେଳେ ଡ୍ରେସିଂ ରୁମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଏହାର ଭିଡିଓ ବେଶ ଭାଇରାଲ ହୋଇଥିଲା। ଅନେକେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ପ୍ରଶଂସା କରିଥିଲେ। ଏବେ ପୂର୍ବତନ ଭାରତୀୟ କ୍ରିକେଟର ତଥା କୋଚ୍‌ ରବି ଶାସ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ଶାସ୍ତ୍ରୀ କହିଛନ୍ତି, ମୁଁ ତ କହିବି ଏହା ବହୁତ ଅଦ୍ଭୁତ। କାହିଁକି ନା ପରାଜୟ ପରେ ଡ୍ରେସିଂ ରୁମରେ ଦୁଃଖର ମାହୋଲ ଥାଏ। ୭ ବର୍ଷ ଟିମ ଇଣ୍ଡିଆର କୋଚ୍‌ ଭାବେ କାମ କରିଛି। ଅନେକ ବର୍ଷ କ୍ରିକେଟର ମଧ୍ୟ ଥିଲି। ଏଣୁ ଯେବେ ଦେଶର ପ୍ରଧାନମନ୍ତ୍ରୀ ଭଳି ବ୍ୟକ୍ତିତ୍ୱ ଡ୍ରେସିଂ ରୁମକୁ ଆସନ୍ତି, ବହୁତ ବଡ଼ କଥା। କାରଣ ଏହା ଖେଳାଳିଙ୍କ ବିଶ୍ୱାସ ବଢ଼ାଇଥାଏ। ସେ ସାଧାରଣ ମଣିଷ ନୁହନ୍ତି। ଏଣୁ ଖେଳାଳିଙ୍କୁ ଯାହା ଅନୁଭବ ହୋଇଥିବ ବୁଝିପାରୁଛି ବୋଲି ସେ କହିଛନ୍ତି।

Share