Categories: ଖେଳ

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳୁଛି। ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିଲେ ହେଁ ବିଶ୍ୱକପ୍‌ରେ ଓପନିଂ କିଏ କରିବ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି।

ବର୍ତ୍ତମାନ ସମୟରେ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ଓପନିଂ ଯୋଡ଼ି ଭାବେ ମଇଦାନକୁ ଓହ୍ଲାଉଛନ୍ତି। ହେଲେ ଦୀର୍ଘ ସମୟ ଧରି ଏହି ଯୋଡ଼ି ଆଶାନୁରୂପକ ପ୍ରଦର୍ଶନ କରୁ ନ ଥିବାରୁ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ବିବାଦ ଦେଖାଦେଉଛି। ଏଭଳିସ୍ଥିତିରେ ବିରାଟ କୋହଲି ଓପନିଂ କରନ୍ତୁ ବୋଲି ଅନେକେ ମତ ଦେଉଛନ୍ତି।

ଏବେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ। ବିରାଟ ଓପନିଂ ନ କରନ୍ତୁ ବୋଲି ସେ ସିଧାସିଧା କହିବା ସହ କହିଛନ୍ତି ଯେ, ମୁଁ ଚାହୁଁଛି କେଏଲ୍‌ ଏବଂ ରୋହିତ ହିଁ ବିଶ୍ୱକପ୍‌ରେ ଓପନିଂ କରନ୍ତୁ। ଯଦି କିଛି ଏମରଜେନ୍ସିଂ ଆସେ ତେବେ କୋହଲି ଓପନିଂ କରିବାରନ୍ତି। ହେଲେ ଯଦି ଆମକୁ ମଧ୍ୟକ୍ରମକୁ ମଜଭୂତ କରିବାକୁ ପଡେ ତେବେ କୋହଲି ସେଥିଲାଗି ଫିଟ୍‌।

ପ୍ରକାଶ ଯେ, ଅଧିନାୟକ ରୋହିତ ଶର୍ମା ପୂର୍ବରୁ ବିଶ୍ୱକପ୍‌ରେ କେଏଲ୍‌ ଓପନିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ବିରାଟ ସର୍ବଦା ଜଣେ ତୃତୀୟ ଓପନର ବିକଳ୍ପ ଭାବେ ରହିବେ, ଆବଶ୍ୟକ ପଡ଼ିଲେ ସେ ଓପନିଂ କରିପାରନ୍ତି।

Share