Categories: ଖେଳ

ଶାସ୍ତ୍ରୀଙ୍କ ହୃଦୟ ଜିଣିଲେ ହାଇଦ୍ରାବାଦର ଏହି ବୋଲର୍‌; କହିଲେ…

ନୂଆଦିଲ୍ଲୀ,୩୦।୩: ସନରାଇଜର୍ସ ହାଇଦ୍ରାବାଦର ୨୨ ବର୍ଷୀୟ ଦ୍ରୁତ ବୋଲର୍‌ ଉମ୍ରାନ ମଲିକ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି । ବୋଲର୍‌ଙ୍କ ଗତି ଏବଂ ମନୋଭାବ ତାଙ୍କୁ ପ୍ରଭାବିତ କରିଥିବା ଶାସ୍ତ୍ରୀ କହିଛନ୍ତି।

ମଙ୍ଗଳବାର ହାଇଦ୍ରାବାଦ-ରାଜସ୍ଥାନ ମ୍ୟାଚ୍‌ ସମୟରେ ଶାସ୍ତ୍ରୀ କହିଛନ୍ତି, ଉମ୍ରାନ ଲଗାତାର ଭାବେ ଦ୍ରୁତ ଗତିରେ ବୋଲିଂ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଦେଖିଲେ ଖୁସି ଲାଗୁଛି। ତାଙ୍କ ପାଖରେ ଶିଖିବାର ସୁଯୋଗ ଅଛି। ଯଦି ସେ ସଠିକ୍‌ ସ୍ଥାନକୁ ହିଟ୍‌ କରନ୍ତି, ତେବେ ସେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବେ। ଏଣୁ ତାଙ୍କ ଉପରେ ନଜର ରଖାଯିବା ସହ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ଅଛି। ସେ ଭାରତୀୟ କ୍ରିକେଟ ଟିମ୍‌ର ଅଂଶ ହୋଇପାରନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

କହିରଖୁଛୁ, ହାଇଦ୍ରାବାଦ ଏବଂ ରାଜସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ମଲିକ ପ୍ରଥମ ଓଭରରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରିଥିଲେ। ପୁଣେର ମଇଦାନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମଲିକ ୪ ଓଭରରେ ୩ ରନ୍‌ ପାଇଁ ୨ ଉଇକେଟ ନେଇଥିଲେ।

Share