Categories: ଖେଳ

ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ

ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍‌ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍‌ କରନ୍ତି ନାହିଁି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଦଳ ଐତିହାସିକ ବିଜୟ ପରେ ରବି ଶାସ୍ତ୍ରୀ ନିଜ ଖୁସିର ଲୁହକୁ ନିୟନ୍ତ୍ରଣ କରିପାରି ନ ଥିଲେ। ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କୁ ସମ୍ବୋଧିତ କରି ଶାସ୍ତ୍ରୀ କହିଛନ୍ତି, ସାଧାରଣତଃ ମୋ ଆଖିରେ ଲୁହ ଆସେ ନାହିଁ କିନ୍ତୁ ପ୍ରଦର୍ଶନ ଦେଖି ମୋ ଆଖିରେ ଲୁହ ଭରି ଆସିଥିଲା। କ୍ରିକେଟ୍‌ ଇତିହାସରେ ସବୁଠୁ ଭଲ ବିଜୟ ବୋଲି ଶାସ୍ତ୍ରୀ କହିଛନ୍ତି। କରୋନା, ଖେଳାଳିଙ୍କ ଆହତ ସମସ୍ୟା ଭିତରେ ଏଭଳି ପ୍ରଦର୍ଶନ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

Share