Posted inଖେଳ

ବର୍ଷିଲେ ଶାସ୍ତ୍ରୀ, ପିଟରସେନ ବି ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୫।୭: ଏଜବାଷ୍ଟନଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ। ଏଥିଯୋଗୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍‌କୁ ଜିତି ସିରିଜ ଡ୍ର କରିବାରେ ସଫଳ ହୋଇଛନ୍ତି। ଦଳର ଏଭଳି ପ୍ରଦର୍ଶନକୁ ନେଇ ଭାରତର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଖପ୍ପା ହୋଇଛନ୍ତି। ଏପରିକି ଖୋଲାଖୋଲି ଭାବେ ଏହାକୁ ସମାଲୋଚନା କରିଛନ୍ତି।

ଶାସ୍ତ୍ରୀ କହିଛନ୍ତି, ପଞ୍ଚମ ଟେଷ୍ଟର ଚତୁର୍ଥ ଦିନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସମୟରେ ଭାରତର ‘ଭୟ’ ଏବଂ ଖେଳରେ ‘ପ୍ରତିରକ୍ଷା’ ମନୋଭାବ ଯୋଗୁ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ମିଳିଗଲା। ଏହା ବେଶ ନିରାଶାଜନକ। କାରଣ ଭାରତୀୟ ଦଳ ଭଲ ବ୍ୟାଟିଂ କରି ଘରୋଇ ଦଳ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇ ପାରିଥାନ୍ତେ। ସେମାନଙ୍କୁ ଦୁଇଟି ଅଧିବେଶନ ପାଇଁ ବ୍ୟାଟିଂ କରିବାର ଥିଲା। ହେଲେ ସେମାନେ ମଧ୍ୟାହ୍ନ ଭୋଜନ ବିରତି ପରେ ଡରି ଡରି ଖେଳୁଥିଲେ। ଉଇକେଟ ହରାଇଥିଲେ ମଧ୍ୟ ସେମାନେ ରିସ୍କ ନେଇଥାନ୍ତେ। କାରଣ ସେହି ସମୟରେ ରନ୍‌ର ଆବଶ୍ୟକତା ଥିଲା। ହେଲେ ସେମାନେ ତାହା ନ କରି ଶୀଘ୍ର ଉଇକେଟ ହରାଇଥିଲେ। ଫଳରେ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଯଥେଷ୍ଟ ସମୟ ମିଳିଗଲା।

ଅପରପକ୍ଷେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଭାରତ ଅଧିନାୟକ ଜସପ୍ରିତ ବୁମ୍‌ରାଙ୍କ ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ଖେଳର ଚତୁର୍ଥ ଦିନରେ ତାଙ୍କ ରଣନୀତି ଠିକ୍‌ ନ ଥିଲା। ସେ ଖେଳାଳିମାନଙ୍କୁ ଭୁଲ୍‌ ଢ଼ଙ୍ଗରେ ସଜାଇ ଥିବାରୁ ଷ୍ଟାଇକ୍‌ ରୋଟେଟ୍‌ କରିବା ସହଜ କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri