Categories: ଖେଳ

ଟିମ୍‌ ଇଣ୍ଡିଆ ଯଦି ଏଥର ନ ଜିତେ ତେବେ ଆଉ ୩ ବିଶ୍ୱକପ୍‌ ଯାଏ ଅପେକ୍ଷା କରିବାକୁ ପଡ଼ିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ସୁଯୋଗ ହରାଇଲେ ଏଥିଲାଗି ଆଉ ୩ ବିଶ୍ୱକପ୍‌ ଯାଏ ଅପେକ୍ଷା କରିବାକୁ ପଡ଼ିବ। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ଭାରତର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଶାସ୍ତ୍ରୀ କହିଛନ୍ତି, ସାରାଦେଶରେ ଏବେ କ୍ରିକେଟକୁ ନେଇ ଉତ୍କଣ୍ଠା ଚରମସୀମାରେ। ୧୨ ବର୍ଷ ପୂର୍ବେ ଭାରତ ବିଶ୍ୱକପ୍‌ ଜିତିଥିଲା। ଦଳ ନିକଟରେ ପୁଣିଥରେ ତାହାକୁ ଦୋହରାଇବା ଲାଗି ସୁଯୋଗ ରହିଛି। ଏବେ ଟିମ୍‌ ଯେଉଁଭଳି ଭାବେ ଖେଳୁଛି ତାକୁ ଦେଖିଲେ ଲାଗୁଛି ଟୁର୍ନାମେଣ୍ଟ ଜିତିବା ଲାବି ଏହା ହେଉଛି ସର୍ବଶ୍ରେଷ୍ଠ ସୁଯୋଗ। ଯଦି ଦଳ ଏଥର ଟୁର୍ନାମେଣ୍ଟ ଜିତିବାରେ ସଫଳ ନ ହୁଏ ତେବେ ଚାମ୍ପିୟନ ହେବା ଲାଗି ଆଗାମୀ ୩ ବିଶ୍ୱକପ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। କାରଣ ଏଥର ଦଳର ୭-୮ ଖେଳାଳି ଅନ୍ତିମ ବିଶ୍ୱକପ୍‌ ଖେଳୁଛନ୍ତି। ଏହା ସେମାନଙ୍କର ଅନ୍ତିମ ବିଶ୍ୱକପ୍‌ ହୋଇପାରେ। ଯେଉଁଭଳି ଭାବେ ସେମାନେ ଖେଳୁଛନ୍ତି ଏବଂ ପରିସ୍ଥିତିର ଅନୁକୂଳତାକୁ ଦେଖି ତାଙ୍କୁ ଏଥର ଚାମ୍ପିୟନ ହେବା ଉଚିତ ବୋଲି ସେ କହିଛନ୍ତି।

Share