Categories: ଖେଳ

ଇତିହାସ ରଚିଲେ ରବି କୁମାର: ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା

ଟୋକିଓ, ୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ ତମ ଦିନ। ଭାରତୀୟ କୁସ୍ତିଯୋଦ୍ଧାମାନେ ଆଜି ଭଲ ପ୍ରଦର୍ଶନ କରିଛନ୍ତି। ରବି କୁମାର ଦାହିୟା ୫୭ କିଲୋଗ୍ରାମ ବର୍ଗରେ କାଜାଖସ୍ତାନର ନୁର ଇସଲାମ ସାନାୟେଭଙ୍କୁ ହରାଇ ଫାଇନାଲରେ ସ୍ଥାନ ପାଇଛନ୍ତି। ଏଥସହ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି।
ଏହାପୂର୍ବରୁ ବୁଧବାର ଲଭଲିନା ଟୋକିଓ ଅଲିମ୍ପିକ୍ସରେ ୬୯ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ସହିତ ଟୋକିଓ ଗେମ୍ସରେ ଭାରତ ତୃତୀୟ ପଦକ ପାଇଛି। ଏହାପୂର୍ବରୁ ମିରବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ଜିତିଥିବାବେଳେ ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ଜିତିଥିଲେ।

Share