Posted inଖେଳ

ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!  

ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍‌ର ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ସେ ଏହି ମ୍ୟାଚରେ ବ୍ୟାଟିଂ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆହତ ଖେଳାଳିଙ୍କ ପାଇଁ ସବଷ୍ଟିଚ୍ୟୁଟ ଖେଳାଳି ନେବା ନେଇ ଏକ ବଡ଼ ବୟାନ ଦେଇଥିଲେ, ଯାହାକୁ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ହାସ୍ୟପଦ ବୋଲି କହିଥିଲେ। ଏବେ ଓଭାଲରେ ଖେଳାଯାଇଥିବା ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ ପରେ ଭାରତର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ବେନ ଷ୍ଟୋକ୍ସଙ୍କ ଏହି ବୟାନକୁ ମନେ ପକାଇ ନିଜର ମତ ରଖିଛନ୍ତି।
ଅଶ୍ୱିନ ତାଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ତୁମେ ଯାହା ବୁଣୁଛ, ତାହା ହିଁ କାଟିବ। ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଋଷଭ ପନ୍ତ ଆହତ ହେବା ପରେ ପ୍ରେସ କନଫରେନ୍ସରେ ଆହତ ଖେଳାଳିଙ୍କ ସବଷ୍ଟିଚ୍ୟୁସନ ନେଇ ପ୍ରଶ୍ନ ପଚରାଯାଇଥିଲା। ଗୌତମ ଗମ୍ଭୀର କହିଥିଲେ ଯେ ଏପରି ନିୟମ ନିଶ୍ଚିତ ହେବା ଉଚିତ। ଯଦି କୌଣସି ଟିମର ଖେଳାଳି ଆହତ ହୁଏ, ତା’ଙ୍କ ସ୍ଥାନରେ ସବଷ୍ଟିଚ୍ୟୁଟ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର। ଏହାପରେ ବେନ ଷ୍ଟୋକ୍ସଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଓ ସେ ଏହାକୁ ହାସ୍ୟପଦ ବୋଲି କହିଥିଲେ। ହେଲେ ପଞ୍ଚମ ଟେଷ୍ଟ ବେଳେ ଇଂଲଣ୍ଡର ଅଭିଜ୍ଞ ଅଲରାଉଣ୍ଡର କ୍ରିସ ୱୋକ୍ସ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତଥାପି ଇଂଲଣ୍ଡର ୯ଟି ୱିକେଟ ପତନ ପରେ ୱୋକ୍ସ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। ଯଦିଓ ଇଂଲଣ୍ଡ ମ୍ୟାଚ ହାରିଯାଇଥିଲା, କ୍ରିସ ୱୋକ୍ସଙ୍କ ଏହି ମନୋବଳକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ। ଅଶ୍ୱିନ ଏହି କଥା ଉଠାଇ ଉଭୟ କଥାକୁ ମନେ ପକାଇଦେଇଛନ୍ତି।
ତେବେ ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ବରାବର ହୋଇ ଶେଷ ହୋଇଛି। ଉଭୟ ଟିମର ଖେଳାଳିମାନେ ଏହି ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ପଞ୍ଚମ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଆୱାର୍ଡ ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri