ଅକ୍ଷୟ କୁମାରଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ ନିଜ ସମୟରେ ସେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ସେ ରହୁଥିଲେ ଚର୍ଚ୍ଚାରେ। ସେଥିରୁ ଗୋଟିଏ ଥିଲା ଅକ୍ଷୟ କୁମାରଙ୍କ ସହ ତାଙ୍କର ସମ୍ପର୍କ। କୁହାଯାଏ ରବିନା ମନ୍ଦିରରେ ଅକ୍ଷୟଙ୍କ ସହ ନିର୍ବନ୍ଧ କରିଥିଲେ।

ଏକ ସାକ୍ଷାତକାରରେ ରବିନା ଅକ୍ଷୟଙ୍କୁ ନେଇ ଅନେକ କଥା କହିଥିଲେ। ଅକ୍ଷୟ ତାଙ୍କ ଜୀବନରେ ଆସୁଥିବା ପ୍ରତିଟି ଝିଅଙ୍କୁ ପ୍ରପୋଜ କରିଦିଅନ୍ତି। ଅନ୍ୟ ସହ ସମ୍ପର୍କ ଥିବା କଥା ରବିନାଙ୍କୁ ତାଙ୍କ ସାମ୍ବାଦିକ ବନ୍ଧୁମାନେ ଜଣାଉଥିଲେ। ରେଖା ଏବଂ ସୁସ୍ମିତା ସେନଙ୍କ ସହ ସେ ତାଙ୍କ ସମ୍ପର୍କ ଥିବା ସେ ଜାଣିବାକୁ ପାଇଥିଲେ।

କେବଳ ଅକ୍ଷୟ ନୁହନ୍ତି ଅଜୟ ଦେବଗନଙ୍କ ସହ ରବିନାଙ୍କ ସମ୍ପର୍କ ରହିଥିବା ଖବର ଶିରୋନାମା ପାଲଟିଥିଲେ। ଉଭୟ ଫିଲ୍ମ ‘ଦିଲଓ୍ବାଲେ’ରେ କାମ କରିଥିଲେ। ସେତେବେଳେ ଅଜୟ ଦେବଗନ କରିସ୍ମା କପୁରଙ୍କୁ ଡେଟ୍‌ କରୁଥିଲେ। ହେଲେ ରବିନାଙ୍କ ସହ ପ୍ରେମ ସମ୍ପର୍କକୁ ଅକ୍ଷୟ ମିଛ ବୋଲି କହୁଥିଲେ। ଗୋଟିଏ ପଟେ ଅଜୟ ତାଙ୍କୁ ରକ୍ତରେ ଚିଠି ଲେଖିଥିବା ନେଇ ରବିନା କହୁଥିବା ବେଳେ ସାହସ ଅଛି ଯଦି ଲୋକଲୋଚନକୁ ଆଣ ବୋଲି ଅଭିନେତା କହୁଥିଲେ। ରବିନା ନିଜେ ଅଜୟଙ୍କ ନାମରେ ନିଜକୁ ଚିଠି ଲେଖିଥିବା ଏବଂ ତାଙ୍କୁ ମଧ୍ୟ ପଠାଇଥିବା କହିଥିଲେ। ଘଟଣା ସେତେବେଳ ସମୟରେ ବେଶ୍‌ ଆଲୋଚନାର ବିଷୟ ପାଲଟିଥିଲା।

Share