ଏହି ଫିଲ୍ମରେ ନଜର ଆସିବେ ରବୀନା ଟଣ୍ଡନ

ମୁମ୍ବାଇ: ନିକଟରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିଥିଲା। ସେ କାର୍‌ରୁ ଓହ୍ଲାଇ କେଶ ଠିକ୍‌ କରୁଥିବା ନଜର ଆସିଥିଲେ। ରବୀନା ଫଟୋଗ୍ରାଫରଙ୍କୁ ଦେଖି ଅଟକି ଯାଇ ପୋଜ ଦେଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ରବୀନା ଏକ ନୀଳ ରଙ୍ଗର ଫ୍ଲୋରାଲ ଏମ୍ବ୍ରୋଡେଡ ସାଲଓ୍ବାର୍‌ ଶୁଟ୍‌ ପିନ୍ଧିଛନ୍ତି। ସେ ନିଜ କେଶକୁ ଖୋଲା ରଖି ଏକ ସିଲ୍‌ଭର କଲରର ଜୋତା ବି ପିନ୍ଧିଥିଲେ। ମଥାରେ କଳା ଟିକିଲି ଲଗାଇ ଲୁକ୍‌କୁ ପରିପୂର୍ଣ୍ଣ କରିଥିଲେ। ସୋସିଆଲ ମିଡିଆରେ ରବୀନାଙ୍କର ଏହି ଭିଡିଓ ଦେଖି ୟୁଜରମାନେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କୁ ଦେଖି ଭଲ ଲାଗିଲା, ମୌସୁମୀ ଆପଣଙ୍କ କେଶକୁ ମଧ୍ୟ ପ୍ରଭାବିତ କରିଛି। ଆଉ ଜଣେ ୟୁଜର ଲେଖିଛନ୍ତି, ପଞ୍ଜାବୀ ଶୁଟ୍‌ରେ ରବୀନା ବହୁତ ଭଲ ଦେଖାଯାଉଛନ୍ତି।

ରବୀନାଙ୍କୁ ଶେଷଥର ପାଇଁ ଫିଲ୍ମ କେଜିଏଫ୍‌-୨ରେ ଦେଖିବାକୁ ମିଳିଥିଲା। ରବୀନା ଖୁବ୍‌ଶୀଘ୍ର ଫିଲ୍ମ ‘ପଟନା ଶୁକ୍ଲା’ ଏବଂ ‘ଘୁଡ୍‌ଚଢ଼ି’ରେ ନଜର ଆସିବେ।

Share