ଶୁଟିଂ ସମୟରେ ସାନିଟାଇଜର ସିଞ୍ଚନ କଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଶେଳୀରେ ଦେଖିବାକୁ ମିଳୁଛି। ଏହି ଭିଡିଓର ବିଶେଷତ୍ୱ ହେଉଛି, କରୋନା ଠାରୁ ରକ୍ଷା ପାଇବାର ମାଧ୍ୟମ ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ସେଇଥିପାଇଁ ତ ଅଭିନେତ୍ରୀ ରବୀନା ସାନିଟାଇଜରକୁ ନିଜ ଉପରେ ସିଞ୍ଚନ କରୁଥିବାର ଦେଖିବାକୁ ମିଳୁଛି।
ଭିଡିଓକୁ ଶେୟାର କରି ରବୀନା ଲେଖିଛନ୍ତି, ମୁଁ ନିଜ ଉପରେ ସେଣ୍ଟ ନୁହେଁ ବରଂ ସାନିଟାଇଜର ସିଞ୍ଚନ କରୁଛି। କରୋନାରୁ ରକ୍ଷା, ସାନିଟାଇଜର କବଚ। ଆଜିକାଲି ଶୁଟିଂ ସମୟରେ ମୁଁ ଏମିତି ସାନିଟାଇଜର ସିଞ୍ଚନ କରୁଛି ବୋଲି ସେ ଲେଖିଛନ୍ତି। ଏହି ଭିଡିଓକୁ ପ୍ରଶଂସକମାନେ ଲାଇକ୍‌ କରିବା ସହ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Share