ପୁଣି ଥରେ ଦେଖିବାକୁ ମିଳିବ ରବିନା-ଗୋବିନ୍ଦାଙ୍କ ଯୋଡି!

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ରବିନା ଟଣ୍ଡନ ଓ ଗୋବିନ୍ଦାଙ୍କ ଯୋଡି ଅନ୍ୟତମ । ଉଭୟ ମିଶି କିଛି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଏବେବି ସେମାନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ସାଇତା ହୋଇ ରହିଛି । ଆଉ ଏବେ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି ଏହି ଯୋଡି । ନିକଟରେ ରବିନା ଟଣ୍ଡନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଯାହା ପୋଷ୍ଟ କରିଛନ୍ତି ସେଥିରୁ ଏହି ଅନୁମାନ ଲଗାଯାଇପାରେ । ରବିନା ସୋସିଆଲ ମିଡିଆରେ ଗୋବିନ୍ଦାଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି । ଆଉ ଲେଖିଛନ୍ତି ଖୁବ୍ ଶୀଘ୍ର ଆମେ ଫେରୁଛୁ । ହେଲେ କେବେ, କେଉଁଠି, କେମିତି ଏହା ସ୍ପଷ୍ଟ କରି ନାହାନ୍ତି । ରବିନାଙ୍କ ଏହି ପୋଷ୍ଟକୁ ଦେଖିବା ପରେ ତାଙ୍କର ପ୍ରଶଂସକ ଓ ଗୋବିନ୍ଦାଙ୍କ ପ୍ରଶଂସକମାନେ ଏବେ ଉତ୍ସାହର ସହ ଚାହିଁ ରହିଛନ୍ତି କେବେ ପୁଣିଥରେ ଦେଖିବାକୁ ମିଳିବ ଏହି ସୁପରହିଟ୍ ଯୋଡିଙ୍କୁ । ଏହି ଫଟୋ ସବୁ ଶେୟାର କରିବା ସହ ରବିନା ଲେଖିଛନ୍ତି ଗ୍ରାଣ୍ଡ ରି ୟୁନିୟନ । ସୂଚନାଯୋଗ୍ୟ, ରବିନା-ଗୋବିନ୍ଦଙ୍କ ଯୋଡି ବଡେ ମିଆଁ ଛୋଟେ ମିଆଁ, ଦୁହ୍ଲେ ରାଜା, ଆଖିଓଁ ସେ ଗୋଲି ମାରା ଆଦି ହିଟ୍ ଫିଲ୍ମ ଭେଟିଦେଇଛନ୍ତି । ତେବେ ରବିନାଙ୍କ ପୋଷ୍ଟକୁ ଦେଖି କେତେଜଣ ସେଲିବ୍ରିଟି ବି ସେମାନଙ୍କ ମତ ରଖିବା ସହ କେବେ ଫେରୁଛ ବୋଲି ପଚାରିଛନ୍ତି ।

Share