ଅକ୍ଷୟ କୁମାରଙ୍କ ସହ ବ୍ରେକ୍‌ଅପ୍‌ ହେବାର କାରଣ କହିଲେ ରବୀନା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନ ସେମାନଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଅନ୍‌ସ୍କ୍ରିନ୍‌ ହେଉ କି ଅଫ୍‌ସ୍କ୍ରିନ୍‌। ସବୁଠି ଦୁହିଁଙ୍କ ନାଁରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ୯୦ ଦଶକରେ ଉଭୟେ ଉଭୟଙ୍କୁ ଡେଟ୍‌ କରୁଥିଲେ। ସେମାନଙ୍କର ପ୍ରେମ କାହାଣୀ କାହାକୁ ବି ଅଛପା ନାହିଁ। ଉଭୟଙ୍କ ପ୍ରେମ କାହାଣୀ ୧୯୯୪ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମୋହରା’ରୁ ଆରମ୍ଭ ହୋଇଥିଲା। କୁହାଯାଏ, ରବୀନା-ଅକ୍ଷୟ ମଧ୍ୟ ବିବାହ ପାଇଁ ପ୍ରସ୍ତୁତି କରିଥିଲେ, ଦୁହିଁଙ୍କର ନିର୍ବନ୍ଧ ବି ସରିଥିଲା। କିନ୍ତୁ ହଠାତ୍‌ ଖବର ଆସିଲା ଯେ, ଏହି ଯୋଡ଼ି ଅଲଗା ହୋଇଯାଇଛନ୍ତି। ଯଦିଓ ରବୀନା ଏବଂ ଅକ୍ଷୟ ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଖୋଲାଖୋଲି ପ୍ରକାଶ କରିନାହାନ୍ତି। ଅକ୍ଷୟଙ୍କ ପ୍ରତାରଣା ହେତୁ ଦୁହେଁ ଅଲଗା ହୋଇଥିବାର ରବୀନା ଏକ ସାକ୍ଷାତକାରରେ ପରୋକ୍ଷରେ ସୂଚାଇଛନ୍ତି। ଅକ୍ଷୟ ତାଙ୍କୁ ପ୍ରତାରଣା କରୁଥିବା ଜାଣିବାକୁ ପାଇଥିଲେ ରବୀନା। ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ଅକ୍ଷୟଙ୍କ ସମ୍ପର୍କ ହେତୁ ରବୀନାଙ୍କ ସହ ସମ୍ପର୍କ ଭାଙ୍ଗି ଦୁହେଁ ଅଲଗା ହୋଇଯାଇଥିଲେ। ଏହି ସମ୍ପର୍କ ଯୋଗୁ ଉଭୟେ ମଧ୍ୟ ବୃତ୍ତିଗତ ଭାବରେ ପରସ୍ପରଠାରୁ ଦୂରେଇ ଯାଇଥିଲେ।

ଦୀର୍ଘବର୍ଷ ପରେ ରବୀନା ଏବଂ ଅକ୍ଷୟଙ୍କୁ ଏକାଠି ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓ୍ବେଲ୍‌କମ୍‌ ଟୁ ଦ ଜଙ୍ଗଲ’ରେ ରବୀନାଙ୍କୁ ଦେଖିବାକୁ ମିଳିବ। ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ କୁମାରଙ୍କ ପ୍ରତାରଣା ବିଷୟରେ ରବୀନାଙ୍କୁ ପଚରାଯାଇଥିଲା, ଯେଉଁଥିରେ ଅଭିନେତ୍ରୀ ସ୍ପଷ୍ଟ ଭାବରେ ଉତ୍ତର ଦେବାକୁ ମନା କରିଦେଇଥିଲେ।

ଅବିଶ୍ୱାସରେ ଏକ ଡିଲ୍‌ ବ୍ରେକର୍‌ ଅଛି କି ବୋଲି ପଚରାଯିବାରୁ ରବୀନା କହିଥିଲେ, ‘ମୁଁ ସେ ବିଷୟରେ ଆଲୋଚନା କରିବାକୁ ଚାହେଁ ନାହିଁ। ମୋ ମତରେ , ପ୍ରତ୍ୟେକ ସମ୍ପର୍କ ବିଶ୍ୱାସ, ପ୍ରେମ ଏବଂ ସଚ୍ଚୋଟତା ଉପରେ ଆଧାରିତ। ରବୀନାଙ୍କ ଉତ୍ତରରୁ ଜଣାପଡୁଛି ଯେ, ସେ ଅକ୍ଷୟଙ୍କ ସହ ନିଜର ପୁରୁଣା କ୍ରୋଧକୁ ଭୁଲି ଯାଇଛନ୍ତି।

ରବୀନା ଏବଂ ଅକ୍ଷୟ ଚଳିତ ବର୍ଷ ଆରମ୍ଭରେ ଏକ ପୁରସ୍କାର ଶୋ’ରେ ଯୋଗ ଦେଇଥିଲେ। ବର୍ତ୍ତମାନ ‘ଓ୍ବେଲ୍‌କମ୍‌-୩’ରେ ଦୁହେଁ ନଜର ଆସିବେ। ଯାହାର ଆନୁଷ୍ଠାନିକ ଭାବରେ ‘ଓ୍ବେଲ୍‌କମ୍‌ ଟୁ ଦ ଜଙ୍ଗଲ’ ନାମରେ ନାମିତ ହୋଇଛି।

କହିରଖୁଛୁ, ଅକ୍ଷୟ କୁମାର ରବୀନାଙ୍କଠାରୁ ବ୍ରେକ୍‌ଅପ୍‌ ହେବା ପରେ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ବିବାହ କରିଥିବା ବେଳେ ରବୀନା ଫିଲ୍ମ ନିର୍ମାତା ଅନିଲ ଥଡ଼ାନିଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?