Posted inଜାତୀୟ

କୋଲକାତାରେ ହେବ ରାବଣ ପୋଡ଼ି

କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ ସୂଚନା ଦେଇଛନ୍ତି। ଅକ୍ଟୋବର ୨୬ ସନ୍ଧ୍ୟାରେ ସଲ୍ଟ ଲେକ୍‌ ସେଣ୍ଟ୍ରାଲ ପାର୍କରେ ରାବଣର ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି କରାଯିବ।
କମିଟି ମୁଖପାତ୍ର କହିଛନ୍ତି ଯେ, ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଲିଙ୍କ୍‌ରେ କ୍ଲିକ୍‌ କରି ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମକୁ ଡିଜିଟାଲରେ ଦେଖିପାରିବେ। ଏହି ସ୍ଥାନରେ ହଜାର ହଜାର ଲୋକ ରାବଣ ପୋଡ଼ି ଦେଖିବାକୁ ପହଞ୍ଚୁଥିଲେ। ମାତ୍ର ଚଳିତବର୍ଷ କରୋନା ମହାମାରୀ ଯୋଗୁ ଘରେ ବସି ଏହାକୁ ଉପଭୋଗ କରପାରିବେ। କମିଟିର ମୁଖପାତ୍ର କହିଛନ୍ତି, ଆମକୁ ଏହି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆମକୁ ଏହି କାର୍ଯ୍ୟକ୍ରମକୁ ସରଳ ଢଙ୍ଗରେ କରିବାକୁ କୁହାଯାଇଛି। କେବଳ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଉପସ୍ଥିତ ରହିବେ ଏବଂ ସମଗ୍ର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ସିଧା ପ୍ରସାରଣ ହେବ।

ସେ କହିଛନ୍ତି, କମିଟି ପକ୍ଷରୁ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପ୍ରତିଛବି କରାଯାଇ ପୋଡ଼ାଯିବ। ଏହା ଦ୍ୱାରା କରୋନା ଭୂତାଣୁ ମଧ୍ୟ ଜଳିଯିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯିବ।
ସୂଚନାଯୋଗ୍ୟ, କୋଲକାତା ହାଇକୋର୍ଟ ସାଧାରଣ ପୂଜା ପେଣ୍ଡାଲରେ କୌଣସି ଭକ୍ତ ପ୍ରବେଶ କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ପେଣ୍ଡାଲରେ ୧୦ ମିଟର ଦୂରରେ ରହି ଭକ୍ତମାନେ ଦେବୀଙ୍କ ଦର୍ଶନ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri