ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର ପୁରପଲ୍ଲୀ ଚଳଞ୍ଚଳ ଦେଖାଦେଇଛି। ପ୍ରତିଦିନ ସନ୍ଧ୍ୟାରେ ଭିଡ ଜମୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ତୁକଲା, ସିନାପାଲି, ଖଡିଆଳ, କୋମନା, ତରବୋଡ, ନୂଆପଡା, ଖରିଆର ରୋଡ ଭଳି ସ୍ଥାନରେ ମହାଆଡମ୍ବର ସହ ନବରାତ୍ର ସାରଦୀୟ ଦୁର୍ଗାପୁଜା ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପ ବିଭିନ୍ନ ତାରଣରେ ସାଜସ୍ବଜା କରିଥିବାରୁ ଦର୍ଶକଙ୍କ ମନକୁ ବିମୋହିତ କରି ଦେଉଛି। ତରବୋଡ ଦୁର୍ଗାପୁଜା ୪୮ ବର୍ଷ ପୂର୍ଣ୍ଣ କରି ୪୯ବର୍ଷରେ ପହଞ୍ଚତ୍ଛି। ନବରାତ୍ର ସାରଦୀୟ ଦୁର୍ଗା ପୂଜା ଅଷ୍ଟମ ବର୍ଷରେ ପହଞ୍ଚତ୍ଛି। ୨୫ ବର୍ଷରେ ସିଲଭର ଜୁବଲି ପାଳନ କରିଥିବା ବେଳେ ୪୦ ବର୍ଷରେ ରୁବି ଜୁବଲି ପାଳନ କରିଥିଲା। ଆସନ୍ତା ୨୦୨୩ରେ ଗୋଲଡେନ ଜୁବଲି ପାଳନ କରିବ ବୋଲି ପୂଜା କମିଟି ସଭାପତି ସୂତ୍ରରୁ ପ୍ରକାଶ। ତରବୋଡ ଦୁର୍ଗାପୂଜାକୁ ୪୦ ବର୍ଷ ପୂରଣ ପରେ ନବରାତ୍ର ଦୁର୍ଗାପୁଜା ଆରମ୍ଭ ହୋଇ ଅଷ୍ଟମ ବର୍ଷରେ ପହଞ୍ଚତ୍ଛି। ସଭାପତି ଦୁଃଖ ଭଞ୍ଜନ ନାୟକ, ଉପସଭାପତି ପରଶ ରାମ ଅହିର, ସମ୍ପାଦକ ପୁରନ ମଲ ସାହୁ, ସହସମ୍ପାଦକ ଅର୍ଜୁନ ଜଗତ, କୋଷାଧ୍ୟକ୍ଷ ସୁମିତ ଭାଷାଣି ଓ କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ର ନାୟକ ପ୍ରମୁଖ ଆୟୋଜନ କରୁଛନ୍ତି। ବିଶେଷ ଆକର୍ଷଣ ରାବଣ ପୋଡି ରହୁଥିବାରୁ ଚଳିତବର୍ଷ ବାହାର କଳାକାର ଆସି ରାବଣ ମୂର୍ତ୍ତି ତିଆରି କରୁଛନ୍ତି। ରାବଣ ପୋଡି ଦିନ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ ଜମିଥାଏ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥାନ୍ତି।