Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ କ୍ଷେତ୍ର ରତ୍ନାଗିରି

ରତ୍ନାଗିରି ମହାରାଷ୍ଟ୍ରର ରତ୍ନାଗିରି ଜିଲା ଅନ୍ତର୍ଗତ ଏକ ନଗର; ଯାହାକି ନିଜର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିପାରିଛି। ଖାସ୍‌ ସେଥିପାଇଁ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳେ…

ରତ୍ନାଗିରି ମହାରାଷ୍ଟ୍ରର ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଐତିହାସିକ କୀର୍ତ୍ତିରାଜି, ଧାର୍ମିକ ପୀଠ ତଥା ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକ ବହୁ ନିଆରା ଅନୁଭୂତିକୁ ସାଙ୍ଗରେ ନେଇ ଆସିପାରିବେ। ଖାସ୍‌ କରି ଆକର୍ଷଣୀୟ ବାସ୍ତୁକଳାରେ ପରିପୂର୍ଣ୍ଣ ଏଠାକାର ଦୁର୍ଗ ତଥା ଶାନ୍ତ ସମୁଦ୍ରତଟ ପାଇଁ ଏହି ସ୍ଥାନଟି ଦେଶବିଦେଶରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥାଏ।

ଇତିହାସ
ରତ୍ନାଗିରିର ମରାଠା ଇତିହାସରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସୂଚନାନୁଯାୟୀ, ୧୭୩୧ ମସିହାରୁ ଏହି ଅଞ୍ଚଳ ସତାରାର ରାଜାଙ୍କ ଅଧୀନରେ ଥିଲା। କିନ୍ତୁ ୧୮୧୮ ମସିହା ବେଳକୁ ଏହା ଇଂରେଜମାନଙ୍କ ଅଧୀନକୁ ଚାଲିଯାଇଥିଲା। ଏଠାରେ ଏମିତି ଏକ ଦୁର୍ଗ ରହିଛି, ଯାହାକୁ ବିଜାପୁର ରାଜପରିବାର ତରଫରୁ ନିର୍ମାଣ କରାଯାଇଥିଲେ ହେଁ, ପରବର୍ତ୍ତୀ ସମୟରେ ଶିବାଜୀ ମହାରାଜା ଏହାର ପୁନରୁଦ୍ଧାର କାମ କରିଥିଲେ। ତା’ଛଡ଼ା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକ୍‌ଙ୍କ ଜନ୍ମଭୂମି ଭାବେ ରତ୍ନାଗିରିର ଆଉ ଏକ ନିଆରା ପରିଚିତ ମଧ୍ୟ ରହିଛି।

କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:
ରତ୍ନାଗିରି ଦୁର୍ଗ: ଏହା ରତ୍ନଦୁର୍ଗ ତଥା ଭଗବତୀ ଦୁର୍ଗ ଭାବେ ବି ଜଣାଶୁଣା। ଏହି ଦୁର୍ଗଟିକୁ ବିଜାପୁର ରାଜପରିବାର ତରଫରୁ ପ୍ରଥମେ ନିର୍ମାଣ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଶିବାଜୀ ମହାରାଜ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ମରାଠା ନୌସେନାର ପ୍ରମୁଖ କେନ୍ଦ୍ର ଭାବେ ଘୋଷଣା କରିଥିଲେ। ଏହି ଦୁର୍ଗ ମଧ୍ୟରେ ତିନୋଟି ସୁଡ଼ଙ୍ଗ ସହ ଭଗବତୀ ମାତାଙ୍କର ମନ୍ଦିର ମଧ୍ୟ ସୁରକ୍ଷିତ ଅବସ୍ଥାରେ ଏବେ ବି ରହିଛି।

ଜୟଗଡ଼ ଦୁର୍ଗ: ଏହି ଦୁର୍ଗଟି ମଧ୍ୟ ସ୍ଥାନୀୟ ଅଞ୍ଚଳର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଯାଇଥାଏ। ଏହା ଏକ ବିରାଟ ପାହାଡ଼ ଉପରେ ନିର୍ମିତ। ଏଠାରେ ଠିଆହେଲେ ଚତୁଃପାର୍ଶ୍ୱର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହି ଦୁର୍ଗଠାରୁ କିଛି ଦୂରରେ ରହିଛି ଜୟଗଡ଼ ଲାଇଟ୍‌ହାଉସ୍‌, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

ସମୁଦ୍ରତଟ: ରତ୍ନାଗିରିରେ ମଧ୍ୟ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ସମୁଦ୍ରତଟ; ଯେମିତିକି: ଗଣପାଟିପୁଲେ ବିଚ୍‌, ଭାତ୍ୟ ବିଚ୍‌, ଗଣେଶଗୁଲେ ବିଚ୍‌, ପାଣ୍ଡ୍ରେ ସମୁଦ୍ର ଇତ୍ୟାଦି ଅନ୍ୟତମ।
କେବଳ ଏତିକି ନୁହେଁ ରତ୍ନାଗିରିରେ ଅନେକ ବୌଦ୍ଧ ମଠ, ମହଲ ତଥା ଆଧ୍ୟାତ୍ମକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।

କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ରତ୍ନାଗିରିକୁ ବୁଲିଯିବା ପାଇଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାରେ ଟିକେ ଅଧିକ ଗରମ ଅନୁଭୂତ ହୋଇଥାଏ; ଯଦ୍ଦ୍ବାରା ବୁଲାବୁଲି କରିବାକୁ ଅସୁବିଧା ହୁଏ। ସେହିପରି ବର୍ଷାଦିନେ ବି ବୁଲିବାକୁ ଉପଯୁକ୍ତ ପରିବେଶ ନଥାଏ। ତେଣୁ ଅକ୍ଟୋବରରୁ ଫେବୃୟାରୀ ଭିତରେ ଏଠାକୁ ଗଲେ ବୁଲିବାକୁ ଅନୁକୂଳ ପରିବେଶ ମିଳିବା ସହ ଭ୍ରମଣର ଭରପୂର ମଜା ନେଇହୁଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ମୁମ୍ବାଇରୁ ସିଧାସଳଖ ବସ୍‌ର ସୁବିଧା ଏଠାକୁ ରହିଛି। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ବି ଏଠାକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri