୧୯୬୦ ପରଠୁ ରତ୍ନଭଣ୍ଡାର ଚାବିକାଠି ହସ୍ତାନ୍ତର ହୋଇନି

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ବାସ୍ତବରେ ହଜିଥିଲା ନା ଏହା ପ୍ରଶାସନର କପୋଳକଳ୍ପିତ କାହାଣୀ ଥିଲା ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି। ରତ୍ନଭଣ୍ଡାର ଭିତର ଘର ଚାବିକାଠି ୧୯୬୦ ମସିହାଠାରୁ କାହାକୁ ହସ୍ତାନ୍ତର ହୋଇନାହିଁ ଏବଂ ପୁରୀ ଜିଲା ଟ୍ରେଜେରିରେ ରହିଛି ବୋଲି ଜଣେ ସୂଚନା ଅଧିକାର କର୍ମୀ ଦାବି କରିବା ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଅନ୍ୟପକ୍ଷରେ ଏ ନେଇ ପ୍ରଶାସନ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଅଧିକାରକର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ସୂଚନା ଅଧିକାର ଆଇନ ବଳରେ ସେ ଏ ସଂକ୍ରାନ୍ତ ତଥ୍ୟ ମାଗିଥିଲେ। ଗତ ୨୪ ତାରିଖରେ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଜିଲା କୋଷାଗାର ପକ୍ଷରୁ ପ୍ରେରିତ ତଥ୍ୟ ସୋମବାର ତାଙ୍କର ହସ୍ତଗତ ହୋଇଛି। ଏହି ତଥ୍ୟ ଅନୁଯାୟୀ ଶେଷଥର ପାଇଁ ୨୦୧୮ ଅଗଷ୍ଟ ୬ରେ ରତ୍ନଭଣ୍ଡାର ଚାବିକାଠି ଦାଖଲ ହୋଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ରତ୍ନଭଣ୍ଡାର ଭିତର ଘର ଚାବିକାଠି ଦାଖଲ କରିଥିଲେ। ସେହିପରି ୧୯୬୦ ମସିହାଠାରୁ ଜିଲା କୋଷାଗାର ପକ୍ଷରୁ ରତ୍ନଭଣ୍ଡାର ଭିତରଘର ଚାବିକାଠି କାହାକୁ ହସ୍ତାନ୍ତର ହୋଇନାହିଁ ବୋଲି ତଥ୍ୟରୁ ଜଣାପଡ଼ିଛି। ତେଣୁ ୧୯୭୩ରେ ଶ୍ରୀଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ, ୧୯୭୮ ମସିହାରେ ୨ମାସ ୧୦ଦିନ ଧରି ରତ୍ନଅଳଙ୍କାର ଗଣତି ଉଦ୍ଦେଶ୍ୟରେ ଏବଂ ୧୯୮୫ ଜୁଲାଇ ୧୪ରେ ରତ୍ନଭଣ୍ଡାର ଭିତରଗୃହ ଖୋଲାଯାଇଥିବାବେଳେ ଟ୍ରେଜେରିରୁ ଚାବିକାଠି ହସ୍ତାନ୍ତର ହୋଇ ନ ଥିବା କଥା କିପରି ସମ୍ଭବ ବୋଲି ବରାଳ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ନିୟମ ୧୯୬୦ର ଧାରା ୬ ଅନୁଯାୟୀ, ରତ୍ନଭଣ୍ଡାର ଭିତର ଗୃହ ଚାବିକାଠି ଜିଲା କୋଷାଗାରରେ ରଖାଯିବାର ନିୟମ ରହିଛି। ତେବେ ଟ୍ରେଜେରିରୁ ୧୯୬୦ରୁ ସଂପୃକ୍ତ ଚାବିକାଠି ଇସ୍ୟୁ ହୋଇ ନ ଥିବା ବେଳେ ୩ଥର ଭିତରଭଣ୍ଡାର ଚାବିକାଠି କାହା ପାଖରୁ ନିଆଯାଇ ଖୋଲାଯାଇଛି ତାହା ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ରତ୍ନଭଣ୍ଡାର ଭିତରଗୃହ ଖୋଲାଯିବାର ଅର୍ଥ କାହାରି ପାଖରେ ଚାବି ନିଶ୍ଚିତ ଭାବେ ରହିଥିଲା। ଅର୍ଥାତ୍‌ କୌଣସି ପ୍ରଶାସନିକ ଅଧିକାରୀ ଏହି ଚାବିକାଠିକୁ ନିଜ ପାଖରେ ରଖିଥିଲେ। ଅନ୍ୟପକ୍ଷରେ ଜିଲା କୋଷାଗାର ରତ୍ନଭଣ୍ଡାର ସମ୍ପର୍କିତ ଏଭଳି କିଛି ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛି ଯାହା ଲୁଚିବାର ନାଁ ନେଉନାହିଁ।
ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ କରାଯାଇଥିଲା ଯେ, ରତ୍ନଭଣ୍ଡାର ଚାବି ପ୍ରଥମ ଥର କେବେ ଦାଖଲ ହୋଇଛି ଓ ପରବର୍ତ୍ତୀ ସମୟରେ ଭିତଭଣ୍ଡାର ଖୋଲାଯିବା ଉଦ୍ଦେଶ୍ୟରେ କେବେ କେବେ ଚାବିକାଠି ଅଣାଯିବା ଓ ଦାଖଲ ହେବା ନେଇ ଟ୍ରେଜେରି ପାଖରେ କ’ଣ ତଥ୍ୟ ରହିଛି। ତେବେ ଏ ସଂକ୍ରାନ୍ତ ତଥ୍ୟ ଦେବାକୁ ଜିଲା କୋଷାଗାର ପଛଘୁଞ୍ଚା ଦେଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଚାବିକାଠି ସମ୍ପର୍କିତ ତଥ୍ୟକୁ ଜିଲା ପ୍ରଶାସନ ଘୋଡ଼ାଇ ରଖିବାକୁ ଚାହୁଁଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସବୁଠାରୁ ବଡ଼ କଥା ହେଉଛି ଶ୍ରୀମନ୍ଦିରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଯିବାର ପ୍ରକ୍ରିୟା ୧୯୬୦ ଅକ୍ଟୋବର ୨୪ରେ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୭ରେ ଗଜପତି ମହାରାଜାଙ୍କ ହାତରୁ ଦାୟିତ୍ୱ ଜିଲା ପ୍ରଶାସନକୁ ହସ୍ତାନ୍ତର ହେଲା। ଅର୍ଥାତ୍‌ ଏହି ଦିନ ପରଠାରୁ ଚାବିକାଠିର ଦାୟିତ୍ୱ ଜିଲା ପ୍ରଶାସନ ପାଖରେ ରହିବା ଉଚିତ୍‌। ମାତ୍ର କେବେ ଚାବିକାଠି ଦାଖଲ ହୋଇଛି ସେନେଇ ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ଉତ୍ତର ରଖାଯାଉନାହିଁ। ସେହିଭଳି ୨୦୧୮ରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଟ୍ରେଜେରିରେ ଚାବି ଦାଖଲ କରିଥିବା ଜିଲା କୋଷାଗାର ପକ୍ଷରୁ ଜଣାପଡ଼ିଛି। ଏକଥା ଯଦି ସତ୍ୟ, ତେବେ ରତ୍ନଭଣ୍ଡାରକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri