ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଫେବୃଆରୀ ମାସରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହାର ପ୍ରଭାବ ସାରା ବିଶ୍ୱରେ ପଡ଼ିଥିଲା। ବିଶେଷକରି ଭାରତରେ ପ୍ରାୟ ସମସ୍ତ ଜିନିଷର ଦାମ୍‌ ବଢ଼ିଯାଇଛି। ଗତ ପାଞ୍ଚ ମାସ ଧରି ଏହି ଯୁଦ୍ଧର ପ୍ରଭାବରେ ସାଧାରଣ ଲୋକ ମହଙ୍ଗା ମାଡ଼ ସହୁଛନ୍ତି। ଏହି ସମୟ ମଧ୍ୟରେ ରାଶନ ସାମଗ୍ରୀର ଦାମ ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବା ଦେଖାଯାଇଛି।

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ୨୮ ଫେବୃଆରୀ ୨୦୨୬ରୁ ଆରମ୍ଭ ହୋଇଥିଲା। ସେହି ସମୟରୁ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଖାଦ୍ୟପଦାର୍ଥ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ଦ୍ରୁତ ଗତିରେ ବଢ଼ିଚାଲିଛି। ନିକଟରେ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରାଇସ ମନିଟରିଂ ସିଷ୍ଟମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ରାଶନ ସାମଗ୍ରୀର ଦରରେ ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି। ଏହି ପାଞ୍ଚ ମାସରେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇଛି ତାହାର ତାଲିକା ଏଠାରେ ଦିଆଯାଇଛି:

Odisha’s No.1 Odia Daily

Share