ଅସହାୟ ବୃଦ୍ଧଙ୍କୁ ମିଳିଲା ରାଶନ କାର୍ଡ, ଖାଦ୍ୟ ସାମଗ୍ରୀ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗଁାରେ ଜଣେ ଅସହାୟ ବୃଦ୍ଧ ସୁକଲାଲ ଦେବନାଥ (୭୨)ଙ୍କୁ ଘର ଲୋକ ପର କରି ଦେଇଥିଲେ। ଫଳରେ ଦୀର୍ଘ ୪୦ ବର୍ଷ ଧରି ଗଁା ଶ୍ମଶାନ ନିକଟରେ ଏକ ଭଙ୍ଗା ଘରେ ପଲିଥିନ ପକାଇ ରହୁଥିଲେ। ଏ ନେଇ ଶୁକ୍ରବାର ଧରିତ୍ରୀରେ ‘ପଲିଥିନ ତଳେ ବିତୁଛି ବୃଦ୍ଧଙ୍କ ଜୀବନ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ପରିବାର ଲୋକ ତାଙ୍କ ନିକଟରେ ପହଞ୍ଚତ୍ ନ ଥିବା ବେଳେ ବ୍ଲକ ପ୍ରଶାସନ ନିଦ ଭାଙ୍ଗିଥିଲା। ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ରାଶନ କାର୍ଡ ପ୍ରଦାନ କରାଯାଇଛି। ଅସହାୟ ବୃଦ୍ଧଙ୍କ ନିକଟରେ ସ୍ଥାନୀୟ ରିଟେଲର ପହଞ୍ଚତ୍ ଭଲ ମନ୍ଦ ପଚାରି ବୁଝିବା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କ ନାମ ପଞ୍ଜୀକରଣ କରିବା ସହ ନୂଆ ରାଶନ କାର୍ଡ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବୃଦ୍ଧଙ୍କ ଅସହାୟ ଖବର ପ୍ରସାରଣ ପରେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନେ ‘ଧରିତ୍ରୀ’କୁ ସାଧୁବାଦ ଜଣାଇଛନ୍ତି।