ଭୁବନେଶ୍ୱର,୩୦।୬: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ଆଜି ରାଶନ କାର୍ଡ e-KYC ଯାଞ୍ଚ କରିବାର ଶେଷ ତାରିଖ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଯେଉଁମାନେ ସୋମବାର ସୁଦ୍ଧା e-KYC ନ କରିବେ ୩ ମାସ ପାଇଁ କାର୍ଡ ସସ୍ପେଣ୍ଡ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।
୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ ହେବ। ନଚେତ କାର୍ଡ ସମ୍ପୂର୍ଣ୍ଣ କଟିଯିବ। ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ ହଜାର e-KYC କରି ନ ଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି।


