୨ମାସର ଗହମ ପାଇନାହାନ୍ତି ରାଶନକାର୍ଡଧାରୀ

ରସୁଲପୁର,୨୦ା୬(ଡି.ଏନ୍‌.ଏ.): ରସୁଲପୁର ବ୍ଲକରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁନି। ଗତ ଏପ୍ରିଲ ଓ ମେ’ରେ ବ୍ଲକର ଅଧିକାଂଶ କାର୍ଡଧାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରାଶନକାର୍ଡରେ ପଞ୍ଜୀକୃତ ହିତାଧିକାରୀଙ୍କୁ ଜୁନ୍‌ ମାସରୁ ଗହମ ମିଳିବ ନାହିଁ ବୋଲି ସରକାରୀସ୍ତରରେ ଘୋଷଣା ହୋଇସାରିଛି। ତେବେ ଉକ୍ତ ଘୋଷଣାର ରିଟେଲରମାନେ ଫାଇଦା ଉଠାଉଛନ୍ତି। ଜୁନ୍‌ ପୂର୍ବରୁ ୨ମାସ କୋଟାରୁ ଗହମ ମିଳିବା ବନ୍ଦ ହୋଇଗଲାଣି। ରିଟେଲରଙ୍କସ୍ତରରେ ଗହମର କୃତ୍ରିମ ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବ୍ଲକ ଅଞ୍ଚଳର କେତେକ ରିଟେଲର ଗହମ ଉଠାଣ କରିଥିଲେ ମଧ୍ୟ ତାହାକୁ ବାଣ୍ଟୁ ନାହାନ୍ତି। ଏପରି କି ଗହମ ନ ଦେଇ ହିତାଧିକାରୀଙ୍କ ଖାତାରେ ୨ମାସର ଦିଆଯାଇଛି ବୋଲି ଉଲ୍ଲେଖ କରୁଛନ୍ତି। ଏହାକୁ ହିତାଧିକାରୀ ବିରୋଧ କରିବାରୁ ଗହମ ଆସିଲେ ଦିଆଯିବ ବୋଲି ସଫେଇ ଦେଉଛନ୍ତି। ଗହମ ବଦଳରେ ଚାଉଳ ପାଇଁ ଦାବି କରୁଥିବା କାର୍ଡଧାରୀଙ୍କୁ ସେ ସୁବିଧା ମିଳୁନାହିଁ। ଏ ବାବଦକୁ ଆଲଟମେଣ୍ଟ ଆସିଲେ ଚାଉଳ ଦିଆଯିବ ବୋଲି କହୁଛନ୍ତି। ଏଭଳି ସ୍ଥିତିକୁ ନେଇ କାର୍ଡଧାରୀ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଅନ୍ୟପକ୍ଷରେ ପିଏଚ୍‌ଏଚ୍‌(ପ୍ରାୟରିଟି ହାଉସ ହୋଲ୍ଡ), ଏସ୍‌ଏଫ୍‌ଏସ୍‌(ଷ୍ଟେଟ୍‌ ଫୁଡ ସିକ୍ୟୁରିଟି ସ୍କିମ୍‌), ଏଏୱାଇ(ଅନ୍ତ୍ୟୋଦୟ ଅନ୍ନ ଯୋଜନା) ଜରିଆରେ ସରକାର ଯୋଗାଇ ଦେଉଥିବା ମାଗଣା ରାଶନ ସାମଗ୍ରୀରେ ଗହମ ବନ୍ଦ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ମାଗଣା ଖାଦ୍ୟସାମଗ୍ରୀ ଯୋଗାଣ ବାବଦକୁ ଗହମ ମିଳିଲେ ହିତାଧିକାରୀ ଆହୁରି ୩ ମାସ ଗହମ ପାଇପାରିବେ ଅର୍ଥାତ୍‌ ଆସନ୍ତା ୩ ମାସକୁ ମୁଣ୍ଡ ପିଛା ୫କେଜି ହିସାବରେ ମୋଟ୍‌ ୧୫କେଜି ଲେଖାଏ ଗହମ ମିଳିବା ସମ୍ଭାବନା ରହିଛି। ମାଗଣା ଗହମ ଆସିଲେ ସେଥିରେ କୋଟା ଗହମକୁ ଆଡ୍‌ଜଷ୍ଟ କରିଦେବାକୁ ମସୁଧା କରାଯାଉଛି। ଏସବୁ ସତ୍ତ୍ୱେ କାର୍ଡଧାରୀଙ୍କ ମନରେ ଗହମ ମିଳିବାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ପ୍ରକାଶ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ବ୍ଲକ ଅଞ୍ଚଳରୁ ୧ ଲକ୍ଷ, ୬ ହଜାର, ୩୪୦ଜଣଙ୍କ ପାଇଁ ୫୩୧୭ କୁଇଣ୍ଟାଲ, ୨୧୯୭ଟି ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡ ପାଇଁ ୭୬୯ କୁଇଣ୍ଟାଲ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮,୧୬୦ଜଣଙ୍କୁ ୪୦୮ କୁଇଣ୍ଟାଲ ଚାଉଳ ଦିଆଯାଉଛି। ସେହିପରି କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧୭,୧୦୦ଜଣଙ୍କୁ ୮୫୫ କୁଇଣ୍ଟାଲ ଗହମ ଦିଆଯାଉଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କେବଳ ଚାଉଳ ମିଳୁଛି। ଏହି ଆଧାରରେ ଯୋଜନାରେ ସାମିଲ ହିତାଧିକାରୀଙ୍କ ମଧ୍ୟରୁ ଗହମ ପାଇବା ପାଇଁ ଇଚ୍ଛାପ୍ରକଟ କରିଥିବା ବ୍ୟକ୍ତିଙ୍କୁ ଗହମ ପ୍ରଦାନ କରାଯାଉଛି। ବଜାରରେ ଅଟା ଦର ଆକାଶଛୁଆଁ ହୋଇଥିବାରୁ ଗହମର ଚାହିଦା ଅଧିକ ରହୁଛି। ଖାଉଟିମାନେ ବଜାରରୁ ଅଟା ଖରିଦ ନ କରି ରାଶନକାର୍ଡରେ ମିଳୁଥିବା ଗହମକୁ ପେଷି ଅଟା ଭାବେ ବ୍ୟବହାର କରୁଛନ୍ତି।
ତେଣେ ଗହମ ବନ୍ଦ ହେବା ନେଇ ସରକାର ଘୋଷଣା କରିଦେବା ପରେ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କିକିଆ ଗହମ କଳାବଜାର ହେବା ସମ୍ଭାବନା ସୃଷ୍ଟି ହୋଇଛି। ଏହାର ମାଧ୍ୟମ ରିଟେଲରମାନେ ସାଜିଛନ୍ତି। ରିଟେଲରମାନେ ଗହମ ଉଠାଇ ବାହାରେ ବିକ୍ରି କରିଦେବେ ବୋଲି ଭିତିରି ଯୋଜନା କରି ଗହମର କୃତ୍ରିମ ଅଭାବ ସୃଷ୍ଟି ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି କ୍ରମରେ ଦେଖିବାକୁ ଗଲେ ବ୍ଲକ ଅଞ୍ଚଳରେ ପ୍ରାୟତଃ ୮୦ରୁ ଊର୍ଦ୍ଧ୍ୱ ରିଟେଲର ରାଶନ ସାମଗ୍ରୀ ବାଣ୍ଟିବା ଦାୟିତ୍ୱରେ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେଜଣ ରିଟେଲର ଏପ୍ରିଲ ଓ ମେ’ ମାସ ପାଇଁ ଗହମ ଉଠାଣ କରି ସୁଷମ ବଣ୍ଟନ କରିଛନ୍ତି କି ନାହିଁ ତା’ର ଯାଞ୍ଚ କରିବାକୁ ହିତାଧିକାରୀ ଦାବି କରିଛନ୍ତି। ସେହିପରି ଗହମ ବଦଳରେ ଚାଉଳ କେବେ ମିଳିବ ସେ ନେଇ ଖାଉଟିମାନଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉ ବୋଲି ରାଶନ କାର୍ଡଧାରୀ କହିଛନ୍ତି। ଏ ଦିଗରେ ବ୍ଲକ ଭାରପ୍ରାପ୍ତ ଯୋଗାଣ ଅଧିକାରୀ ମାନସ ସିଅଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନ୍‌ ମାସରୁ ଗହମ ବନ୍ଦ ହୋଇଯିବ। ମାତ୍ର ଏପ୍ରିଲ୍‌ ଓ ମେ’ରେ ଗହମ ହିତାଧିକାରୀଙ୍କୁ ଦିଆଯିବ। ଯଦି କୌଣସି ରିଟେଲର ଗହମ ଉଠାଇ ନାହାନ୍ତି, ତେବେ ଗହମ ଉଠାଇଲା ପରେ ତାହାକୁ ବାଣ୍ଟିବେ ଓ ସେବେ ଯାଇ ଖାତାରେ ଉଲ୍ଲେଖ କରିବେ। ପୂର୍ବରୁ ଖାତାରେ ଉଲ୍ଲେଖ ପାଇଁ କୌଣସି ନିୟମ ନାହିଁ। ସେଭଳି ଘଟୁଥିବା ନେଇ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଅ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri