ବିଜ୍ଞାନର ମୂଲ୍ୟାୟନ

ଅଧିକାଂଶ ଧାର୍ମିକ ବ୍ୟକ୍ତି ବିଜ୍ଞାନ ପ୍ରତି ଈର୍ଷା ଭାବ ପ୍ରକାଶ କରନ୍ତି। ହେଲେ ବିଜ୍ଞାନ ସିଦ୍ଧାନ୍ତ ଉପସ୍ଥାପନ କରି ଧର୍ମକୁ ଟପିଯାଇଛି। ଯାଦୁ ଶକ୍ତି ବଦଳରେ ତୁମ ପାଖରେ ଟେକ୍ନୋଲୋଜି (ପ୍ରଯୁକ୍ତି),ଏକ ଶିଳ୍ପଭିତ୍ତିକ ଜୀବନଶୈଳୀ ଓ ଅଧିକ ଉତ୍ପାଦନ, ଆଣ୍ଟିବାୟୋଟିକ୍‌ ଓ ଇଣ୍ଟରନେଟ୍‌ ରହିଲା। ଭୌତିକ ସୁଖ ମିଳିଛି। କିନ୍ତୁ ଲୋକମାନେ ବିଜ୍ଞାନ ଓ ଯୁକ୍ତିଯୁକ୍ତ ଚିନ୍ତାଧାରାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ସେମାନେ ଭାବନ୍ତି ବିଜ୍ଞାନ ହେଉଛି ତର୍କସଙ୍ଗତ। ଲୋକଙ୍କୁ ବୈଜ୍ଞାନିକଶୈଳୀରେ ବଞ୍ଚିବାକୁ ଏବଂ ଜ୍ଞାନୀ ତଥା ବିଚାରଶୀଳ ହେବାକୁ ଉତ୍ସାହିତ ମଧ୍ୟ କରାଯାଉଛି। ଯେତେବେଳେ ଆମେ ଭାବୁ ଯେ ବିଗ୍‌ବ୍ୟାଙ୍ଗ ଦ୍ୱାରା ପୃଥିବୀ ସୃଷ୍ଟିର ପ୍ରମାଣ ଦେଉଥିବା ଜଣେ ସିଦ୍ଧାନ୍ତବାଦୀ ପଦାର୍ଥବିଜ୍ଞାନୀ ଜୀବନର ସବୁ ସମସ୍ୟାର ସମାଧାନ କରିଦେବେ, ସେତେବେଳେ ଆମେ ବିଜ୍ଞାନକୁ ଆବଶ୍ୟକତାଠାରୁ ଅଧିକ ମୂଲ୍ୟାୟନ କରୁ। ମଣିଷର ଜ୍ଞାନ ବିକଶିତ ହେବା ପରଠାରୁ ତା’ପାଖରେ ଟେକ୍‌ନୋଲୋଜି ଅଛି। ଆମେ ଟେକ୍‌ନୋଲୋଜି ଦ୍ୱାରା ଅଗ୍ନି, ଜଳ, ଖଣିଜ ପଦାର୍ଥ, ଉଦ୍ଭିଦ ଏବଂ ପ୍ରାଣୀ ଜଗତକୁ ନିୟନ୍ତ୍ରଣ କଲୁ। ଗ୍ଲୁମର ଔଷଧୀୟ ଶକ୍ତି, ଋତୁ ଓ ଜୁଆର ବିଷୟରେ ବି ବୁଝିିଲୁ।
କିନ୍ତୁ ତାହା ଥିଲା ପ୍ରୟୋଗାତ୍ମକ ବା ବ୍ୟବହାରିକ ବିଜ୍ଞାନ। କିନ୍ତୁ ଶୁଦ୍ଧ ବୈଜ୍ଞାନିକ ଚିନ୍ତାଧାରା ଏଇ ମାତ୍ର କିଛି ଶତାବ୍ଦୀର ପୁରୁଣା। ଏହା ସନ୍ଦେହ, ଆକଳନ, ପରୀକ୍ଷଣ ଏବଂ ମିଥ୍ୟା ପ୍ରମାଣ କରିବାର ଯୋଗ୍ୟତା ଉପରେ ଆଧାରିତ। ପ୍ରମାଣ ବ୍ୟତୀତ ବିଜ୍ଞାନ ଅନ୍ୟ କେଉଁଥିରେ ବିଶ୍ୱାସ କରେ ନାହିଁ। ବୈଜ୍ଞାନିକ ଅନୁସନ୍ଧାନର ସାଧନଗୁଡ଼ିକ ଉନ୍ନତ ହୋଇ ଥିବାରୁ ଜ୍ଞାନ ପରିସର ସବୁବେଳେ ବିସ୍ତାର ହୋଇ ଚାଲିଛି।
ପରିସଂଖ୍ୟାନକୁ ଆଧାର କରି ପ୍ରମାଣ କରିପାରିବା ଯେ, ଆମେ ଏକ ଶାନ୍ତିପୂର୍ଣ୍ଣ ଯୁଗରେ ବଞ୍ଚୁଛୁ। କିନ୍ତୁ ବ୍ୟକ୍ତିଗତ ଅନୁଭବରୁ ଆମେ ଜାଣୁ ଯେ, ଜୀବନ ହେଉଛି ସମସ୍ୟାବହୁଳ। ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଜଙ୍ଗଲ ବାସସ୍ଥାନ ହରାଉଛନ୍ତି, ଦେଶଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି, ଅନ୍ତର୍ଜାତୀୟ ନ୍ୟାୟାଳୟରେ ଗଣହତ୍ୟାକୁ ନେଇ ବିତର୍କ କରାଯାଉଛିି ଏବଂ ମହିଳା ଓ ସମଲିଙ୍ଗୀ ଅଧିକାର ବିରୋଧରେ ଏକ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଛି, ସେତେବେଳେ ବିଜ୍ଞାନର ଶକ୍ତିକୁ ଅଧିକ ମୂଲ୍ୟାୟନ କରାଯିବାରେ ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ସମସ୍ୟା ହେଉଛି, ବିଜ୍ଞାନ ମାପ ବା ମୂଲ୍ୟାୟନ ଉପରେ ଆଧାରିତ। ଏଥିରେ ଆପଣ ବସ୍ତୁଗୁଡ଼ିକୁ ମାପ କରିପାରିବେ। ସେଥିପାଇଁ ଏହା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ କ୍ଷେତ୍ରରେ କିଛି ପରିମାଣରେ କାର୍ଯ୍ୟ କରେ, ଯେହେତୁ ଆମେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଆଚରଣକୁ ଅନୁଧ୍ୟାନ କରିପାରୁ। ତେବେ ବିଜ୍ଞାନ ସମ୍ବେଦନଶୀଳତା, ଭାବନା, ଆବେଗ କିମ୍ବା ଚିନ୍ତାଧାରାକୁ ମାପିପାରିବ ନାହିଁ, ଯାହା ଜୀବର ନିଜସ୍ବ ମାନସିକ କ୍ଷେତ୍ରକୁ ଗଠନ କରେ। ବିଜ୍ଞାନ ଈର୍ଷା, ଗର୍ବ, କ୍ରୋଧ, ନିରାଶା କିମ୍ବା ଅସମ୍ମାନକୁ ମଧ୍ୟ ମାପ କରିପାରିବ ନାହିଁ। ଏହି ବିଷୟଗୁଡ଼ିକ ସାମାଜିକ ସ୍ତରରେ ଜଡ଼ିତ। ତେଣୁ ବିଜ୍ଞାନ ଦୃଶ୍ୟମାନ, ମାପ କିମ୍ବା ଆକଳନ ଯୋଗ୍ୟ ଅର୍ଦ୍ଧେକ ଜଗତ (ସଂସ୍କୃତରେ ଯାହାକୁ ‘ସଗୁଣ’ କୁହାଯାଏ) ରେ କାର୍ଯ୍ୟ କରେ। ଅଦୃଶ୍ୟ ତଥା ଅଣାକାର ଆଉ ଅଧା ଜଗତରେ ବିଜ୍ଞାନ କାମ କରେ ନାହିଁ, ଯାହାକୁ ‘ନର୍ଗୁଣ’ କୁହାଯାଏ।
ପ୍ରାଚୀନ ଭାରତରେ ଏହି ଦୁଇଟି ଜଗତ ସମ୍ପୂର୍ଣ୍ଣ ଭାବେ ପୃଥକ୍‌ ଥିଲା। ଗୋଟିଏ ଶାରୀରିକ( ଭୌତିକ) ଓ ଅନ୍ୟଟି ଥିଲା ମନସ୍ତାତ୍ତ୍ୱିକ (ମାନସିକ)। ଭୌତିକ ଜଗତରେ ବିଜ୍ଞାନର ଅତ୍ୟଧିକ ଶକ୍ତି ଅଛି। ଅପରପଟେ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଏହାର ଶକ୍ତି ବହୁତ କମ୍‌ । ଭୌତିକ ଜଗତର ସବୁଆଡ଼େ ସବୁ ପ୍ରକାର ସମାଧାନ ରହିଥିବାବେଳେ ମନସ୍ତାତ୍ତ୍ୱିକ ଜଗତରେ କିଛି ନାହିଁ। ଏବେ ପ୍ରଯୁକ୍ତି ଓ ବିଜ୍ଞାନକୁ ଆଧାର କରି ସାରା ବିଶ୍ୱର ଲୋକଙ୍କୁ ଖାଇବାକୁ ଦେବା ଲାଗି ଆମେ ପ୍ରଚୁର ଖାଦ୍ୟ ଉପତ୍ାଦନ କରି ମଧ୍ୟ ବିଶ୍ୱରେ ଅନାହାର ଲାଗି ରହିଛି। ଖାଦ୍ୟ ଉପଲବ୍ଧତା କାରଣରୁ ନୁହେଁ, ବରଂ ଏହା ଖାଦ୍ୟ ବଣ୍ଟନରେ ଅବ୍ୟବସ୍ଥା ଯୋଗୁ ଘଟୁଛି। ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ଖାଦ୍ୟ ନ ଦେଇ ସହଜରେ କ୍ଷମତା ମିଳିପାରୁଛି। ଧର୍ମୀୟ ଏବଂ ଜାତୀୟତାବାଦୀ ଗୋଷ୍ଠୀଗୁଡ଼ିକ ଏହି ପ୍ରକାର ମାନସିକତା ଉପରେ ଧ୍ୟାନ ଦିଅନ୍ତି ଏବଂ ସମାଜକୁ ନିୟନ୍ତ୍ରଣ କରିବା ପାଇଁ ଏହି ଭାବନାତ୍ମକ ଦିଗଗୁଡ଼ିକୁ ବ୍ୟବହାର କରନ୍ତି।
ବର୍ତ୍ତମାନ ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ବେରୋଜଗାର କିମ୍ବା ଭିତ୍ତିଭୂମି ବିଫଳତା ପରି ବାସ୍ତବ ଓ ଆକଳନଯୋଗ୍ୟ ବିଷୟଗୁଡ଼ିକ ଉପରେ ନୁହେଁ, ବରଂ ବିବିଧତା, ଅସମାନତା ଏବଂ ପାରମ୍ପରିକ କାର୍ଯ୍ୟକୁ ଆଧାର କରି ଲଢୁଛନ୍ତି। ୟୁରୋପ ଭଳି ବିଭିନ୍ନ ଜାଗାରେ ଆମେ ଦେଖିବାକୁ ପାଉଛୁ ଯେ, ପାରମ୍ପରିକ ଜୀବନଧାରାରେ ବିପଦ ସୃଷ୍ଟି କରୁଥିବା ପର୍ଯ୍ୟଟକ ଏବଂ ପ୍ରବାସୀମାନଙ୍କୁ ନେଇ ଲୋକେ କ୍ଳାନ୍ତ ହୋଇଯାଉଛନ୍ତି। ସେହିଭଳି ଜାପାନରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି।
ଆମେ ଯାହାଙ୍କୁ ବାମପନ୍ଥୀ ବୋଲି କହୁ, ସେମାନେ ଜୀବନର ଭୌତିକ ବିଷୟ ଉପରେ ଧ୍ୟାନ ଦେଇଥାନ୍ତି। ଜୀବନର ମନସ୍ତାତ୍ତ୍ୱିକ ଦିଗ, ପରିଚୟର ବିଚାରକୁ ଆମେ ଯେଭଳି ଗୁରୁତ୍ୱ ଦେଉ ସେମାନେ ସେସବୁକୁ ଅଣଦେଖା କରିଥାନ୍ତି। ବାମ ବିଚାରଧାରାର ଲୋକମାନେ ପରିଚୟ କହିଲେ କେବଳ ଲିଙ୍ଗ ଏବଂ ଯୌନ ବିଷୟରେ ଆଲୋଚନା କରନ୍ତି। ଏହାସହ ଧର୍ମ, ସଂସ୍କୃତି, ଜାତି, ସମ୍ପ୍ରଦାୟ, ଜନଜାତି, ରାଷ୍ଟ୍ର ଏବଂ ବଂଶ ଧାରଣାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ଯେତେବେଳେ ଜନ ସମୁଦାୟକୁ ସୂଚିତ କରେ, ସେତେବେଳେ ଏକଚ୍ଛତ୍ରବାଦ ଓ ଉପତ୍ୀଡ଼ନ ବିଷୟରେ କହିଥାଏ। ଭୁଲିଯାଏ ଯେ ନିର୍ଯାତନା ଉପରେ କଳ୍ପନା କରାଯାଇପାରେ, କିନ୍ତୁ ସର୍ବଦା ମାପ କରାଯାଇପାରେ ନାହିଁ।
ବର୍ଣ୍ଣଗତ ପକ୍ଷପାତ, ଭେଦଭାବ ଓ ଏଲିଜିବିଟି ଅଧିକାର ଉପରେ ସଚେତନା ସୃଷ୍ଟି କରୁଥିବା ଅଭିଯାନ (ଓକ୍‌ ମୁଭ୍‌ମେଣ୍ଟ)ବିଜ୍ଞାନକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରେ। କୌତୂହଳର ବିଷୟ ହେଉଛି, ଏହା ହିଂସାତ୍ମକ ଧର୍ମୀୟ ଅଭିଯାନ ସହ ଏକମତ ହୋଇଥାଏ। ସେମାନେ ଜଟିଳ ଯୁକ୍ତି ଉପସ୍ଥାପନ କରି ଜୀବବିଜ୍ଞାନକୁ ପ୍ରତ୍ୟାଖ୍ୟାନ କରନ୍ତି, ଯାହା ପୃଥିବୀ ଗୋଲାକାର ନୁହେଁ ସମତଳ ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ଭାବନା ଭଳି । ନୀତି ଅନୁଯାୟୀ ସାମାଜିକ ନ୍ୟାୟକୁ ସମାନତା ସୃଷ୍ଟି କରିବାର ଏକ ସାଧନ ଭାବରେ ଦେଖାଯାଏ। କିନ୍ତୁ ଉପତ୍ୀଡ଼ନକୁ ଆକଳନ କରାଯାଇ ନ ପାରିବା କାରଣରୁ ଏହା ବିଫଳ ହୁଏ। ଗମ୍ଭୀର ଭାବନାତ୍ମକ ଆଘାତ ଏବଂ ପୀଡ଼ିତକୁ କଳ୍ପନା କରିବା ସହଜ, ଯାହା ଧନୀ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନିୟନ୍ତ୍ରିତ ଭାବେ ବିସ୍ତାର କରିଛି ଏବଂ ଏହା ଭେଦଭାବ, ଅସମାନତା ଏବଂ ନିର୍ଯାତନାରୁ ମୁକ୍ତି ହେବା ପାଇଁ ଇଚ୍ଛା କରେ।
ଡେଟା ଆନାଲିଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଜଗତକୁ ମାପ ତଥା ଆକଳନ ଯୋଗ୍ୟ କ୍ଷେତ୍ରରେ ସ୍ଥାନିତ କରାଯାଇଛି। ଏହା କେବଳ ଆକଳନଯୋଗ୍ୟ ସମସ୍ୟାର ସମାଧାନ କରିବ। ଏହା କଦାପି ଅଣ ଆକଳନଯୋଗ୍ୟ ସମସ୍ୟାର ସମାଧାନ କରିପାରିବ ନାହିଁ । କୌଣସି ବୈଜ୍ଞାନିକ, ଇଞ୍ଜିନିୟର କିମ୍ବା ସମାନ ଗୋଷ୍ଠୀର ବ୍ୟକ୍ତି କ୍ରୋଧ, ଲୋଭ, ଈର୍ଷା, ଭୟକୁ ମାପକରିବା କିମ୍ବା ହ୍ରାସ କରିପାରିବେ ନାହିଁ। ବିଜ୍ଞ ଅର୍ଥନୀତିଜ୍ଞ କିମ୍ବା ରାଜନୈତିକ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ତାହା ସମ୍ଭବ ନୁହେଁ। କୌଣସି ନୀତି ଜଣେ ପୁଞ୍ଜିପତିଙ୍କ ଲୋଭ ଏବଂ ବାମପନ୍ଥୀଙ୍କ ଈର୍ଷା କମାଇ ପାରିବ ନାହିଁ। ଏଥିପାଇଁ ଆଭ୍ୟନ୍ତରୀଣ ଦୁନିଆକୁ ଅନୁସନ୍ଧାନ କରିବାକୁ ପଡ଼ିବ ବୋଲି ଧର୍ମ ଆମକୁ କହେ। ହେଲେ ଶେଷରେ ବିଶ୍ୱାସଘାତକତା କରେ , ଯେହେତୁ ଏହା ପ୍ରତିଯୋଗିତାମୂଳକ ହୋଇଯାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri