ବିଜ୍ଞାନର ମୂଲ୍ୟାୟନ

ଅଧିକାଂଶ ଧାର୍ମିକ ବ୍ୟକ୍ତି ବିଜ୍ଞାନ ପ୍ରତି ଈର୍ଷା ଭାବ ପ୍ରକାଶ କରନ୍ତି। ହେଲେ ବିଜ୍ଞାନ ସିଦ୍ଧାନ୍ତ ଉପସ୍ଥାପନ କରି ଧର୍ମକୁ ଟପିଯାଇଛି। ଯାଦୁ ଶକ୍ତି ବଦଳରେ ତୁମ ପାଖରେ ଟେକ୍ନୋଲୋଜି (ପ୍ରଯୁକ୍ତି),ଏକ ଶିଳ୍ପଭିତ୍ତିକ ଜୀବନଶୈଳୀ ଓ ଅଧିକ ଉତ୍ପାଦନ, ଆଣ୍ଟିବାୟୋଟିକ୍‌ ଓ ଇଣ୍ଟରନେଟ୍‌ ରହିଲା। ଭୌତିକ ସୁଖ ମିଳିଛି। କିନ୍ତୁ ଲୋକମାନେ ବିଜ୍ଞାନ ଓ ଯୁକ୍ତିଯୁକ୍ତ ଚିନ୍ତାଧାରାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ସେମାନେ ଭାବନ୍ତି ବିଜ୍ଞାନ ହେଉଛି ତର୍କସଙ୍ଗତ। ଲୋକଙ୍କୁ ବୈଜ୍ଞାନିକଶୈଳୀରେ ବଞ୍ଚିବାକୁ ଏବଂ ଜ୍ଞାନୀ ତଥା ବିଚାରଶୀଳ ହେବାକୁ ଉତ୍ସାହିତ ମଧ୍ୟ କରାଯାଉଛି। ଯେତେବେଳେ ଆମେ ଭାବୁ ଯେ ବିଗ୍‌ବ୍ୟାଙ୍ଗ ଦ୍ୱାରା ପୃଥିବୀ ସୃଷ୍ଟିର ପ୍ରମାଣ ଦେଉଥିବା ଜଣେ ସିଦ୍ଧାନ୍ତବାଦୀ ପଦାର୍ଥବିଜ୍ଞାନୀ ଜୀବନର ସବୁ ସମସ୍ୟାର ସମାଧାନ କରିଦେବେ, ସେତେବେଳେ ଆମେ ବିଜ୍ଞାନକୁ ଆବଶ୍ୟକତାଠାରୁ ଅଧିକ ମୂଲ୍ୟାୟନ କରୁ। ମଣିଷର ଜ୍ଞାନ ବିକଶିତ ହେବା ପରଠାରୁ ତା’ପାଖରେ ଟେକ୍‌ନୋଲୋଜି ଅଛି। ଆମେ ଟେକ୍‌ନୋଲୋଜି ଦ୍ୱାରା ଅଗ୍ନି, ଜଳ, ଖଣିଜ ପଦାର୍ଥ, ଉଦ୍ଭିଦ ଏବଂ ପ୍ରାଣୀ ଜଗତକୁ ନିୟନ୍ତ୍ରଣ କଲୁ। ଗ୍ଲୁମର ଔଷଧୀୟ ଶକ୍ତି, ଋତୁ ଓ ଜୁଆର ବିଷୟରେ ବି ବୁଝିିଲୁ।
କିନ୍ତୁ ତାହା ଥିଲା ପ୍ରୟୋଗାତ୍ମକ ବା ବ୍ୟବହାରିକ ବିଜ୍ଞାନ। କିନ୍ତୁ ଶୁଦ୍ଧ ବୈଜ୍ଞାନିକ ଚିନ୍ତାଧାରା ଏଇ ମାତ୍ର କିଛି ଶତାବ୍ଦୀର ପୁରୁଣା। ଏହା ସନ୍ଦେହ, ଆକଳନ, ପରୀକ୍ଷଣ ଏବଂ ମିଥ୍ୟା ପ୍ରମାଣ କରିବାର ଯୋଗ୍ୟତା ଉପରେ ଆଧାରିତ। ପ୍ରମାଣ ବ୍ୟତୀତ ବିଜ୍ଞାନ ଅନ୍ୟ କେଉଁଥିରେ ବିଶ୍ୱାସ କରେ ନାହିଁ। ବୈଜ୍ଞାନିକ ଅନୁସନ୍ଧାନର ସାଧନଗୁଡ଼ିକ ଉନ୍ନତ ହୋଇ ଥିବାରୁ ଜ୍ଞାନ ପରିସର ସବୁବେଳେ ବିସ୍ତାର ହୋଇ ଚାଲିଛି।
ପରିସଂଖ୍ୟାନକୁ ଆଧାର କରି ପ୍ରମାଣ କରିପାରିବା ଯେ, ଆମେ ଏକ ଶାନ୍ତିପୂର୍ଣ୍ଣ ଯୁଗରେ ବଞ୍ଚୁଛୁ। କିନ୍ତୁ ବ୍ୟକ୍ତିଗତ ଅନୁଭବରୁ ଆମେ ଜାଣୁ ଯେ, ଜୀବନ ହେଉଛି ସମସ୍ୟାବହୁଳ। ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଜଙ୍ଗଲ ବାସସ୍ଥାନ ହରାଉଛନ୍ତି, ଦେଶଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି, ଅନ୍ତର୍ଜାତୀୟ ନ୍ୟାୟାଳୟରେ ଗଣହତ୍ୟାକୁ ନେଇ ବିତର୍କ କରାଯାଉଛିି ଏବଂ ମହିଳା ଓ ସମଲିଙ୍ଗୀ ଅଧିକାର ବିରୋଧରେ ଏକ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଛି, ସେତେବେଳେ ବିଜ୍ଞାନର ଶକ୍ତିକୁ ଅଧିକ ମୂଲ୍ୟାୟନ କରାଯିବାରେ ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ସମସ୍ୟା ହେଉଛି, ବିଜ୍ଞାନ ମାପ ବା ମୂଲ୍ୟାୟନ ଉପରେ ଆଧାରିତ। ଏଥିରେ ଆପଣ ବସ୍ତୁଗୁଡ଼ିକୁ ମାପ କରିପାରିବେ। ସେଥିପାଇଁ ଏହା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ କ୍ଷେତ୍ରରେ କିଛି ପରିମାଣରେ କାର୍ଯ୍ୟ କରେ, ଯେହେତୁ ଆମେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଆଚରଣକୁ ଅନୁଧ୍ୟାନ କରିପାରୁ। ତେବେ ବିଜ୍ଞାନ ସମ୍ବେଦନଶୀଳତା, ଭାବନା, ଆବେଗ କିମ୍ବା ଚିନ୍ତାଧାରାକୁ ମାପିପାରିବ ନାହିଁ, ଯାହା ଜୀବର ନିଜସ୍ବ ମାନସିକ କ୍ଷେତ୍ରକୁ ଗଠନ କରେ। ବିଜ୍ଞାନ ଈର୍ଷା, ଗର୍ବ, କ୍ରୋଧ, ନିରାଶା କିମ୍ବା ଅସମ୍ମାନକୁ ମଧ୍ୟ ମାପ କରିପାରିବ ନାହିଁ। ଏହି ବିଷୟଗୁଡ଼ିକ ସାମାଜିକ ସ୍ତରରେ ଜଡ଼ିତ। ତେଣୁ ବିଜ୍ଞାନ ଦୃଶ୍ୟମାନ, ମାପ କିମ୍ବା ଆକଳନ ଯୋଗ୍ୟ ଅର୍ଦ୍ଧେକ ଜଗତ (ସଂସ୍କୃତରେ ଯାହାକୁ ‘ସଗୁଣ’ କୁହାଯାଏ) ରେ କାର୍ଯ୍ୟ କରେ। ଅଦୃଶ୍ୟ ତଥା ଅଣାକାର ଆଉ ଅଧା ଜଗତରେ ବିଜ୍ଞାନ କାମ କରେ ନାହିଁ, ଯାହାକୁ ‘ନର୍ଗୁଣ’ କୁହାଯାଏ।
ପ୍ରାଚୀନ ଭାରତରେ ଏହି ଦୁଇଟି ଜଗତ ସମ୍ପୂର୍ଣ୍ଣ ଭାବେ ପୃଥକ୍‌ ଥିଲା। ଗୋଟିଏ ଶାରୀରିକ( ଭୌତିକ) ଓ ଅନ୍ୟଟି ଥିଲା ମନସ୍ତାତ୍ତ୍ୱିକ (ମାନସିକ)। ଭୌତିକ ଜଗତରେ ବିଜ୍ଞାନର ଅତ୍ୟଧିକ ଶକ୍ତି ଅଛି। ଅପରପଟେ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଏହାର ଶକ୍ତି ବହୁତ କମ୍‌ । ଭୌତିକ ଜଗତର ସବୁଆଡ଼େ ସବୁ ପ୍ରକାର ସମାଧାନ ରହିଥିବାବେଳେ ମନସ୍ତାତ୍ତ୍ୱିକ ଜଗତରେ କିଛି ନାହିଁ। ଏବେ ପ୍ରଯୁକ୍ତି ଓ ବିଜ୍ଞାନକୁ ଆଧାର କରି ସାରା ବିଶ୍ୱର ଲୋକଙ୍କୁ ଖାଇବାକୁ ଦେବା ଲାଗି ଆମେ ପ୍ରଚୁର ଖାଦ୍ୟ ଉପତ୍ାଦନ କରି ମଧ୍ୟ ବିଶ୍ୱରେ ଅନାହାର ଲାଗି ରହିଛି। ଖାଦ୍ୟ ଉପଲବ୍ଧତା କାରଣରୁ ନୁହେଁ, ବରଂ ଏହା ଖାଦ୍ୟ ବଣ୍ଟନରେ ଅବ୍ୟବସ୍ଥା ଯୋଗୁ ଘଟୁଛି। ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ଖାଦ୍ୟ ନ ଦେଇ ସହଜରେ କ୍ଷମତା ମିଳିପାରୁଛି। ଧର୍ମୀୟ ଏବଂ ଜାତୀୟତାବାଦୀ ଗୋଷ୍ଠୀଗୁଡ଼ିକ ଏହି ପ୍ରକାର ମାନସିକତା ଉପରେ ଧ୍ୟାନ ଦିଅନ୍ତି ଏବଂ ସମାଜକୁ ନିୟନ୍ତ୍ରଣ କରିବା ପାଇଁ ଏହି ଭାବନାତ୍ମକ ଦିଗଗୁଡ଼ିକୁ ବ୍ୟବହାର କରନ୍ତି।
ବର୍ତ୍ତମାନ ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ବେରୋଜଗାର କିମ୍ବା ଭିତ୍ତିଭୂମି ବିଫଳତା ପରି ବାସ୍ତବ ଓ ଆକଳନଯୋଗ୍ୟ ବିଷୟଗୁଡ଼ିକ ଉପରେ ନୁହେଁ, ବରଂ ବିବିଧତା, ଅସମାନତା ଏବଂ ପାରମ୍ପରିକ କାର୍ଯ୍ୟକୁ ଆଧାର କରି ଲଢୁଛନ୍ତି। ୟୁରୋପ ଭଳି ବିଭିନ୍ନ ଜାଗାରେ ଆମେ ଦେଖିବାକୁ ପାଉଛୁ ଯେ, ପାରମ୍ପରିକ ଜୀବନଧାରାରେ ବିପଦ ସୃଷ୍ଟି କରୁଥିବା ପର୍ଯ୍ୟଟକ ଏବଂ ପ୍ରବାସୀମାନଙ୍କୁ ନେଇ ଲୋକେ କ୍ଳାନ୍ତ ହୋଇଯାଉଛନ୍ତି। ସେହିଭଳି ଜାପାନରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି।
ଆମେ ଯାହାଙ୍କୁ ବାମପନ୍ଥୀ ବୋଲି କହୁ, ସେମାନେ ଜୀବନର ଭୌତିକ ବିଷୟ ଉପରେ ଧ୍ୟାନ ଦେଇଥାନ୍ତି। ଜୀବନର ମନସ୍ତାତ୍ତ୍ୱିକ ଦିଗ, ପରିଚୟର ବିଚାରକୁ ଆମେ ଯେଭଳି ଗୁରୁତ୍ୱ ଦେଉ ସେମାନେ ସେସବୁକୁ ଅଣଦେଖା କରିଥାନ୍ତି। ବାମ ବିଚାରଧାରାର ଲୋକମାନେ ପରିଚୟ କହିଲେ କେବଳ ଲିଙ୍ଗ ଏବଂ ଯୌନ ବିଷୟରେ ଆଲୋଚନା କରନ୍ତି। ଏହାସହ ଧର୍ମ, ସଂସ୍କୃତି, ଜାତି, ସମ୍ପ୍ରଦାୟ, ଜନଜାତି, ରାଷ୍ଟ୍ର ଏବଂ ବଂଶ ଧାରଣାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ଯେତେବେଳେ ଜନ ସମୁଦାୟକୁ ସୂଚିତ କରେ, ସେତେବେଳେ ଏକଚ୍ଛତ୍ରବାଦ ଓ ଉପତ୍ୀଡ଼ନ ବିଷୟରେ କହିଥାଏ। ଭୁଲିଯାଏ ଯେ ନିର୍ଯାତନା ଉପରେ କଳ୍ପନା କରାଯାଇପାରେ, କିନ୍ତୁ ସର୍ବଦା ମାପ କରାଯାଇପାରେ ନାହିଁ।
ବର୍ଣ୍ଣଗତ ପକ୍ଷପାତ, ଭେଦଭାବ ଓ ଏଲିଜିବିଟି ଅଧିକାର ଉପରେ ସଚେତନା ସୃଷ୍ଟି କରୁଥିବା ଅଭିଯାନ (ଓକ୍‌ ମୁଭ୍‌ମେଣ୍ଟ)ବିଜ୍ଞାନକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରେ। କୌତୂହଳର ବିଷୟ ହେଉଛି, ଏହା ହିଂସାତ୍ମକ ଧର୍ମୀୟ ଅଭିଯାନ ସହ ଏକମତ ହୋଇଥାଏ। ସେମାନେ ଜଟିଳ ଯୁକ୍ତି ଉପସ୍ଥାପନ କରି ଜୀବବିଜ୍ଞାନକୁ ପ୍ରତ୍ୟାଖ୍ୟାନ କରନ୍ତି, ଯାହା ପୃଥିବୀ ଗୋଲାକାର ନୁହେଁ ସମତଳ ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ଭାବନା ଭଳି । ନୀତି ଅନୁଯାୟୀ ସାମାଜିକ ନ୍ୟାୟକୁ ସମାନତା ସୃଷ୍ଟି କରିବାର ଏକ ସାଧନ ଭାବରେ ଦେଖାଯାଏ। କିନ୍ତୁ ଉପତ୍ୀଡ଼ନକୁ ଆକଳନ କରାଯାଇ ନ ପାରିବା କାରଣରୁ ଏହା ବିଫଳ ହୁଏ। ଗମ୍ଭୀର ଭାବନାତ୍ମକ ଆଘାତ ଏବଂ ପୀଡ଼ିତକୁ କଳ୍ପନା କରିବା ସହଜ, ଯାହା ଧନୀ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନିୟନ୍ତ୍ରିତ ଭାବେ ବିସ୍ତାର କରିଛି ଏବଂ ଏହା ଭେଦଭାବ, ଅସମାନତା ଏବଂ ନିର୍ଯାତନାରୁ ମୁକ୍ତି ହେବା ପାଇଁ ଇଚ୍ଛା କରେ।
ଡେଟା ଆନାଲିଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଜଗତକୁ ମାପ ତଥା ଆକଳନ ଯୋଗ୍ୟ କ୍ଷେତ୍ରରେ ସ୍ଥାନିତ କରାଯାଇଛି। ଏହା କେବଳ ଆକଳନଯୋଗ୍ୟ ସମସ୍ୟାର ସମାଧାନ କରିବ। ଏହା କଦାପି ଅଣ ଆକଳନଯୋଗ୍ୟ ସମସ୍ୟାର ସମାଧାନ କରିପାରିବ ନାହିଁ । କୌଣସି ବୈଜ୍ଞାନିକ, ଇଞ୍ଜିନିୟର କିମ୍ବା ସମାନ ଗୋଷ୍ଠୀର ବ୍ୟକ୍ତି କ୍ରୋଧ, ଲୋଭ, ଈର୍ଷା, ଭୟକୁ ମାପକରିବା କିମ୍ବା ହ୍ରାସ କରିପାରିବେ ନାହିଁ। ବିଜ୍ଞ ଅର୍ଥନୀତିଜ୍ଞ କିମ୍ବା ରାଜନୈତିକ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ତାହା ସମ୍ଭବ ନୁହେଁ। କୌଣସି ନୀତି ଜଣେ ପୁଞ୍ଜିପତିଙ୍କ ଲୋଭ ଏବଂ ବାମପନ୍ଥୀଙ୍କ ଈର୍ଷା କମାଇ ପାରିବ ନାହିଁ। ଏଥିପାଇଁ ଆଭ୍ୟନ୍ତରୀଣ ଦୁନିଆକୁ ଅନୁସନ୍ଧାନ କରିବାକୁ ପଡ଼ିବ ବୋଲି ଧର୍ମ ଆମକୁ କହେ। ହେଲେ ଶେଷରେ ବିଶ୍ୱାସଘାତକତା କରେ , ଯେହେତୁ ଏହା ପ୍ରତିଯୋଗିତାମୂଳକ ହୋଇଯାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri