ଟିକେଟ ଦୌଡ଼ରେ ରତିକାନ୍ତ, ବିଶ୍ୱନାଥ

ଡେରାବିଶ୍‌, ୧ା୩ (ବେବର୍ତ୍ତା ଅଜୟ ଦାସ):୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋର ଧରିଛି। ରାଜ୍ୟରେ ନିର୍ବାଚନମଣ୍ଡଳୀର ଅଧିକ ଗୁରୁତ୍ୱ ଥିବା ବେଳେ ଅଣକଂଗ୍ରେସ ଓ ଭାଜପା ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନ ମଣ୍ଡଳୀଟି ଦୀର୍ଘବର୍ଷ ହେବ ବିଜେଡିର ବିଧାୟକ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୦୯ ପରଠାରୁ ବରୀ-ଡେରାବିଶ ନିର୍ବାଚନମଣ୍ଡଳୀଠାରୁ ଅଲଗା ହୋଇ େୁଡରାବିଶ ବ୍ଲକର ୨୬, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତ ଏପରି ସମୁଦାୟ ୫୧ଟି ପଞ୍ଚାୟତକୁ ନେଇ ନୂଆ ପାଟକୁରା ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ୨୦୦୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ଭାଜପା ସହ ପ୍ରତିଦ୍ୱନ୍ଦ୍ୱିତା କରି ୨୭ ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ଅଗ୍ରୱାଲ କଂଗ୍ରେସ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୪୭ ହଜାରରୁ ଅଧିକ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ସେହିପରି ୨୦୧୯ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୧୬ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହି ଅମାନତ ହରାଇଥିଲେ। ତେବେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ୨୦୧୯ ଉପନିର୍ବାଚନ ପରଠାରୁ ଦଳ ନିଜର ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବାକୁ ଜୋରସୋର ପ୍ରୟାସ ଆରମ୍ଭ କରିଥିଲା। ଏବେ ରତିକାନ୍ତ କାନୁନ୍‌ଗୋ, ବିଶ୍ୱନାଥ ଆଚର୍ଯ୍ୟ ଟିକେଟ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି।
୨୦୧୯ ନିର୍ବାଚନ ପରେ କଂଗ୍ରେସରେ ସାମିଲ ହୋଇଥିବା ରତିକାନ୍ତ କାନୁନ୍‌ଗୋ ଦଳର କର୍ମୀମାନଙ୍କୁ ଏକାଠି କରି କାର୍ଯ୍ୟକ୍ରମ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ବ୍ଲ୍ଳକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ଆନ୍ଦୋଳନ ମାଧ୍ୟମରେ କର୍ମୀମାନଙ୍କୁ ରତିକାନ୍ତ ସାମିଲ କରି ନିଜର ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ପାଟକୁରାରେ କଂଗ୍ରେସ ନିଶ୍ଚୟ ସୁଦୃଢ଼ ସ୍ଥିତିରେ ରହି ନୂଆ ଇତିହାସ ରଚିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ମାତ୍ର ଦଳର ଦୁର୍ବଳ ସ୍ଥିତିରେ ଥିବା ବେଳେ ଏହି ଦଳରେ ଆଉ ଏକ ନୂଆ ମୁହଁ ଭାବେ ଅବସରପ୍ରାପ୍ତ ପ୍ରଶାସକ ବିଶ୍ୱନାଥ ଆଚାର୍ଯ୍ୟ ସମାନ୍ତରାଳ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବାଇକ୍‌ ଯୋଗେ ବିଶ୍ୱନାଥ ଗଁାକୁ ଗଁା ବୁଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ପ୍ରଚାର କରିବା ସହ ନିଜ ସପକ୍ଷରେ ଲୋକମତ ପାଇଁ ଓ କର୍ମୀମାନଙ୍କୁ ଏକାଠି କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଥିବା ଦେଖିବାକୁ ମିଳିଛି। ଅତୀତରେ ବିଶ୍ୱନାଥ ଡେରାବିଶ ବ୍ଲକରେ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ, ଗରଦପୁର ବ୍ଲକରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଡିଓ ଭାବେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ। ନିଜର ଦକ୍ଷତା ପାଇଁ ଉଭୟ ବ୍ଲକ ଅଞ୍ଚଳରେ ଆଚାର୍ଯ୍ୟଙ୍କର ଥିବା ଲୋକପ୍ରିୟତାକୁ ଆଧାର କରି ଆଚାର୍ଯ୍ୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶା ରଖି ମଇଦାନକୁ ଓହ୍ଲାଇଛନ୍ତି। ଓଡ଼ିଶା ସରକାରଙ୍କ ଅଧୀନରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟକରି ଅବସର ନେବା ପରେ ବିଶ୍ୱନାଥ ଖୁବ୍‌ କମ୍‌ଦିନ ହେବ କଂଗ୍ରେସରେ ସାମିଲ ହୋଇଥିଲେ। ଆସନ୍ତା ନିର୍ବାଚନରେ ସେ ପାଟକୁରାରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶା ରଖି ଦଳର କର୍ମୀମାନଙ୍କୁ ଏକଜୁଟ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri