ରଥଖଳା ଚଳଚଞ୍ଚଳ

ପୁରୀ,୨୯।୪ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ବିଶ୍ୱକର୍ମା ମହାରଣା ସେବାୟତ ରଥଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ କରିଛନ୍ତି। ଶ୍ରୀ ମନ୍ଦିରରୁ ମହାର୍ଦ୍ଦ ଓ ନଡ଼ିଆ ଆସିବା ପରେ ତୁମ୍ବରେ ନଡ଼ିଆ ପିଟାଯାଇଥିଲା। ପ୍ରଥମେ ତାଳଧ୍ୱଜ ରଥର ତୁମ୍ବରେ ବିନ୍ଧ ଅନୁକୂଳ କରାଯାଇଥିଲା। ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବରେ ବିନ୍ଧ ଅନୁକୂଳ କରାଯାଇଥିଲା । ପ୍ରତି ତୁମ୍ବରେ ୧୬ଟି ଯୋଡ଼ା ବିନ୍ଧ କରାଯିବ। ମହାପ୍ରଭୁଙ୍କ ରଥ ନିର୍ମାଣରେ ବିଶ୍ୱକର୍ମା ଲାଗି ପଡ଼ିଛନ୍ତି । ତିନି ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ।