ରଥଖଳା ଚଳଚଞ୍ଚଳ, ୨୧ ଚକ ନିର୍ମାଣ କାମ ଶେଷ

ପୁରୀ ଅଫିସ,୨୩।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଭୋଇ ଓ ବିଶ୍ୱକର୍ମାମାନେ ପବିତ୍ର ଭଉଁରୀ ଅବସରରେ ୬ଟି ଚକ ସହିତ ୩ ଟି ଅଖ ଯୋଡ଼ିବା ପରେ ଏବେ ଚକ ନିର୍ମାଣ କାର୍ଯ୍ୟ ଜୋର ଧରିଛି। ୩ ରଥର ମୋଟ ୪୨ଟି ଚକ ଭିତରୁ ୨୧ଟି ଚକ ନିର୍ମାଣ କାମ ଶେଷ ହୋଇଛି।
ଅନ୍ୟପଟେ ସୋମବାର ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ହଳଦୀପାଣି ନୀତି ଅନୁଷ୍ଠିତ ହେଉଥିବା ବେଳେ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ।