ରଥଖଳା ଚଳଚଞ୍ଚଳ, କାମରେ ଲାଗିପଡ଼ିଛନ୍ତି ମହାରଣା ସେବାୟତ

ପୁରୀ ଅଫିସ,୫।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଦଣ୍ଡାର ଫ୍ରେମ ପ୍ରସ୍ତୁତି ସରିଛି । ଶନିବାର ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା । ୫ଟି ବିନ୍ଧ ହୋଇ ଦଣ୍ଡାରେ ଫିଟିଂ ହୋଇଥିଲା । ମୁହାଁଟି ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିଥିଲା । ଆଗ ଓ ପଛ ମୁହାଁଟିରେ ଗୁଜ ପୋତା ହୋଇଥିଲା। ୫ ଗୁଜ ଉପରେ ନିରା ଉଠିଲା ପରେ ଚତୁଃପାର୍ଶ୍ୱରେକୁଡ଼ୁକା ଲାଗିଲା । ଆଜି ପାର୍ଶ ଦଣ୍ଡା ଲାଗି ପାର୍ଶ୍ୱ ମୁହାଁଟି ସ୍ଥାପନ ହୋଇଛି। ପାର୍ଶ୍ୱ ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାର୍ଶ୍ୱ ନିରା ସ୍ଥାପନ ହୋଇଛି। ବଡ଼ଦାଣ୍ଡରେ ଫ୍ରେମ ପ୍ରସ୍ତୁତ ହୋଇ ନମ୍ବରିଂ ହୋଇ ଦଣ୍ଡା ଫ୍ରେମ ଖୋଲାଗଲା ପରେ ରଥରେ ଫିଟିଂ ହେବ ।