ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ

ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଖଳାରେ ଚଉଦନାହାକା କାମ ଆରମ୍ଭ ହୋଇଯାଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ଏହି ଚଉଦଟି କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ି , ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିବ । ରଥରେ ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ ।