ରଥଖଳା ଚଳଚଞ୍ଚଳ, ଲାଗିପଡ଼ିଛନ୍ତି ମହାରଣା ସେବାୟତ

ପୁରୀ ଅଫିସ,୮।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତମାନେ ଲାଗିପଡ଼ିଛନ୍ତି। ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡ଼ିଆ ଯାଇ ବିନ୍ଧ କରାଯିବ । ପରେ ଅର ଏବଂ ପହି ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ ।