Categories: ଜାତୀୟ

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ୍‌ ରଖିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ଅନ୍ୟ ଜଗନ୍ନାଥ ମନ୍ଦିର ପରିସରରେ ଏହା ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯିବ। ତେବେ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ ହୋଇଯାଇଛି।

Share