କୋଟିଆରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ଗ୍ରହଣରେ ୪ ମନ୍ତ୍ରୀଙ୍କ ସହ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ/ପଟ୍ଟାଙ୍ଗି,୨୮ା୬(ଅମିତାଭ ବେହେରା/ଶରତ କୁମାର ଧଳ)-ପୁରୀରେ ରୀତିନୀତି ଅନୁଯାୟୀ ୩ ଠାକୁରଙ୍କ ରଥଯାତ୍ରା ପାଳନ ହୋଇଥିବା ବେଳେ ଏହାର ଗୋଟିଏ ଦିନ ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟସ୍ତ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ଏମ୍‌ପି ସପ୍ତଗିରି ଉଲକା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲାପାଳ ଭି.କୀର୍ତ୍ତି ୱାସନ ଓ ଜିଲା ଏସ୍‌ପି ରୋହିତ ଭର୍ମା ପ୍ରମୁଖ ଯୋଗଦେଇଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରି ଛେରା ପହଁରା କରିଥିଲେ।

ଏହାପରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ରଥ ଟାଣି ଅଙ୍ଗନଓ୍ବାଡି କେନ୍ଦ୍ରର ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ୩ ଠାକୁରଙ୍କ ପହଣ୍ଡିରେ ଅଂଶଗ୍ରହଣ କରିଥିଲେ। ସମସ୍ତେ କୋଟିଆ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଥାନା ନିକଟରେ ନବନିର୍ମିତ ଗେଷ୍ଟ ହାଉସ୍‌ ଉଦ୍‌ଘାଟନ କରିଥିଲେ। କୋରାପୁଟ ଫେରିବା ବେଳେ ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟ ଦେଖିଥିଲେ।

ଏହି ସମୟରେ ପଟ୍ଟାଙ୍ଗି ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଉପଜିଲାପାଳ ପ୍ରେମଲାଲ୍‌ ହିଆଲ୍‌, ସିଡିଓ ବେଣୁଧର ଶବର,ଜିଲା ଭାଜପା ସଭାପତି ଶିବ ମୁଦୁଲି, ପୂର୍ବତନ ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ଏମ୍‌ପି ତଥା କଂଗ୍ରେସ ଦଳ ନେତା ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ସରପଞ୍ଚ ଲିଉ ଗେମେଲ୍‌, ସମିତି ସଭ୍ୟା ଅମ୍ବିକା ପାଙ୍ଗୀ, ଜୋନ୍‌ ୨ ଜିଲା ପରିଷଦ ସଭ୍ୟ ଲଇଚନ ଖରା, ପୂର୍ବତନ ମାଲକାନଗିରି ବିଧାୟକ ଡମ୍ବରୁ ଶୀସା ପ୍ରମୁଖ ଯୋଗଦେଇଥିଲେ।

ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣା ନାୟକ ଓ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ତତ୍ତ୍ୱାବଧାନରେ ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଓ ୪ଟି ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଉପ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ସତପଥୀ ଓ ସୁନାବେଡା ଏଡିପିଓ ସୁମିତ୍ରା ଜେନା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri