ଆଦିବାସୀ ଗାଁରେ ନିଆରା ଢଙ୍ଗରେ ରଥଯାତ୍ରା: ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଦାରିଙ୍ଗବାଡ଼ି,୨୭ା୬(ଅରୁଣ ସାହୁ): ଆଦିବାସୀ  ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ଟକରମାଲା, ଗଦାପୁର ଏବଂ କାଟିଙ୍ଗିଆଠାରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ସବୁଠି ଉତ୍ସମୁଖର ଦେଖାଯିବା ସହ ସକାଳୁ ଝିପିଝିପି ବର୍ଷା କାରଣରୁ ରଥ ପ୍ରତିଷ୍ଠା ଓ ରୀତିନୀତିରେ ବିଳମ୍ବ ଦେଖାଯାଇଛି। ସମସ୍ତ ମନ୍ଦିର ସମ୍ମୁଖରେ ରଥ ପ୍ରସ୍ତୁତ ରହିଛି। ବର୍ଷା କାରଣରୁ ଅପରାହ୍ନ ୩ଟା ପରେ ପହଣ୍ଡି ବିଜେ ସହ ରଥଟଣା କାର୍ଯ୍ୟକ୍ରମ ହେବ।

ପ୍ରକାଶ ଯେ, ରାଜରାଜୁଡ଼ା ସମୟରୁ କାଟିଙ୍ଗିଆ ଏବଂ ଗଦାପୁରରେ ଏହି ରଥଯାତ୍ରା ପାରମ୍ପରିକ ଭାବେ ଚାଲିଆସିଥିବା ବେଳେ ଗତ କିଛିବର୍ଷ ହେଲା ସିମନବାଡି, ଗବାଟବାଡ଼ି ଏବଂ ଟକରମାଲାରେ ଏହି ପର୍ବ ପାଳନ କରାଯାଉଛି। ସିମନବାଡ଼ିକୁ ଛାଡ଼ିଦେଲେ ଉକ୍ତ ୨ଟି ଗ୍ରାମରେ କେବଳ ଆଦିବାସୀ ବସବାସ କରନ୍ତି ଓ ଏହି ଯାତ୍ରାକୁ ପୁରୀ ମନ୍ଦିରର ନୀତିନିୟମ ଭଳି ସେହି ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ରଥ ପ୍ରତିଷ୍ଠା ଆଦି କରାଯାଉଛି। ତେବେ ଉକ୍ତ ୨ ଆଦିବାସୀ ଗ୍ରାମରେ ଜଗନ୍ନାଥଙ୍କ ପୂଜାରୀ ଭାବେ ଆଦିବାସୀ ସମ୍ପ୍ରଦାୟର ପୂଜାରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ରୀତିକାନ୍ତି କରିଥାନ୍ତି ଯାହାକି ନିଆରା ଭାବେ ସେମାନେ ଏହି ପର୍ବକୁ ଗାଁ ଗାଁରେ କଳସ ସହ ଜଗନ୍ନାଥଙ୍କୁ ନେଇ ପରିକ୍ରମା କରିଥାନ୍ତି। ଟକରମାଲାରେ ପୂଜକ ଭାବେ ରଞ୍ଜାପା ପ୍ରଧାନ ଏହି ପୂଜାର୍ଚ୍ଚନା କରୁଥିବା ବେଳେ ଗବାଟବାଡ଼ିରେ ସାନୁଙ୍ଗା ପ୍ରଧାନ ପୂଜାର୍ଚ୍ଚନା ରୀତିକାନ୍ତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri