ଆଦିବାସୀ ଗାଁରେ ନିଆରା ଢଙ୍ଗରେ ରଥଯାତ୍ରା: ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଦାରିଙ୍ଗବାଡ଼ି,୨୭ା୬(ଅରୁଣ ସାହୁ): ଆଦିବାସୀ  ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ଟକରମାଲା, ଗଦାପୁର ଏବଂ କାଟିଙ୍ଗିଆଠାରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ସବୁଠି ଉତ୍ସମୁଖର ଦେଖାଯିବା ସହ ସକାଳୁ ଝିପିଝିପି ବର୍ଷା କାରଣରୁ ରଥ ପ୍ରତିଷ୍ଠା ଓ ରୀତିନୀତିରେ ବିଳମ୍ବ ଦେଖାଯାଇଛି। ସମସ୍ତ ମନ୍ଦିର ସମ୍ମୁଖରେ ରଥ ପ୍ରସ୍ତୁତ ରହିଛି। ବର୍ଷା କାରଣରୁ ଅପରାହ୍ନ ୩ଟା ପରେ ପହଣ୍ଡି ବିଜେ ସହ ରଥଟଣା କାର୍ଯ୍ୟକ୍ରମ ହେବ।

ପ୍ରକାଶ ଯେ, ରାଜରାଜୁଡ଼ା ସମୟରୁ କାଟିଙ୍ଗିଆ ଏବଂ ଗଦାପୁରରେ ଏହି ରଥଯାତ୍ରା ପାରମ୍ପରିକ ଭାବେ ଚାଲିଆସିଥିବା ବେଳେ ଗତ କିଛିବର୍ଷ ହେଲା ସିମନବାଡି, ଗବାଟବାଡ଼ି ଏବଂ ଟକରମାଲାରେ ଏହି ପର୍ବ ପାଳନ କରାଯାଉଛି। ସିମନବାଡ଼ିକୁ ଛାଡ଼ିଦେଲେ ଉକ୍ତ ୨ଟି ଗ୍ରାମରେ କେବଳ ଆଦିବାସୀ ବସବାସ କରନ୍ତି ଓ ଏହି ଯାତ୍ରାକୁ ପୁରୀ ମନ୍ଦିରର ନୀତିନିୟମ ଭଳି ସେହି ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ରଥ ପ୍ରତିଷ୍ଠା ଆଦି କରାଯାଉଛି। ତେବେ ଉକ୍ତ ୨ ଆଦିବାସୀ ଗ୍ରାମରେ ଜଗନ୍ନାଥଙ୍କ ପୂଜାରୀ ଭାବେ ଆଦିବାସୀ ସମ୍ପ୍ରଦାୟର ପୂଜାରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ରୀତିକାନ୍ତି କରିଥାନ୍ତି ଯାହାକି ନିଆରା ଭାବେ ସେମାନେ ଏହି ପର୍ବକୁ ଗାଁ ଗାଁରେ କଳସ ସହ ଜଗନ୍ନାଥଙ୍କୁ ନେଇ ପରିକ୍ରମା କରିଥାନ୍ତି। ଟକରମାଲାରେ ପୂଜକ ଭାବେ ରଞ୍ଜାପା ପ୍ରଧାନ ଏହି ପୂଜାର୍ଚ୍ଚନା କରୁଥିବା ବେଳେ ଗବାଟବାଡ଼ିରେ ସାନୁଙ୍ଗା ପ୍ରଧାନ ପୂଜାର୍ଚ୍ଚନା ରୀତିକାନ୍ତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri