ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…

ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି।

ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ (ପିବିଏସ) ଦେଶର ୧୭ ଟି ପ୍ରମୁଖ ସହରର ୫୦ ଟି ବଜାରରୁ ସଂଗୃହିତ ୫୧ ଟି ଜରୁରୀ ଦ୍ରବ୍ୟର ମୂଲ୍ୟ ଗତିବିଧି ଉପରେ ଆଧାର କରି ଏହାର ରିପୋର୍ଟ ପ୍ରସ୍ତୁତ କରିଛି।

ପାକିସ୍ତାନର ଲୋକଙ୍କୁ ପିଆଜ ଏବଂ ଟମାଟୋ ଭଳି ଅତ୍ୟାବଶ୍ୟକ ପନିପରିବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି। ଡନ ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅନେକ ସହରରେ ପିଆଜ କିଲୋଗ୍ରାମ୍‌ ପିଛା ୨୬୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଅନେକ ସହରରେ ଟମାଟୋ କିଲୋଗ୍ରାମ ପିଛା ୮୦ ରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।

ସେହିପରି ଅଣ୍ଡା ଏକ ଡଜନ ଦାମ ୩୩୦ ଟଙ୍କା, ଚିକେନ ଏକ କିଲୋଗ୍ରାମ ୬୫୦, ପେଟ୍ରୋଲ ଲିଟର ପିଛା ୨୧୫, ଡିଜେଲ ଲିଟର ପିଛା ୨୨୮, କ୍ଷୀର ଲିଟର ପିଛା ୧୯୦, ଘିଅ ପ୍ରତି କିଲୋଗ୍ରାମ ୫୪୦, ତେଲ ଲିଟର ୫୮୦, ଆଳୁ କିଲୋ ପିଛା ୬୦ରେ ପହଞ୍ଚିଛି।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ହ୍ରାସ ପାଉଛି। ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୫.୫୭୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଏହା ଆଠ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଆସିଛି । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର କେବଳ ତିନି ସପ୍ତାହ ପାଇଁ ଆମଦାନୀ କରିବାକୁ ବାକି ଅଛି। ଅନ୍ୟପକ୍ଷରେ ପାକିସ୍ତାନର ଜନସାଧାରଣ ଋଣ ବର୍ଷରେ ୨୨ ପ୍ରତିଶତ ବୃଦ୍ଧି ପାଇ ୫୧ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri