Categories: ଜାତୀୟ

ରତନ ଟାଟାଙ୍କ କାର୍‌କୁ ଜରିମାନା

ମୁମ୍ବାଇ, ୭ା୧: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଟାଟା ସନ୍‌ସ ଚେୟାରମ୍ୟାନ ରତନ ଟାଟାଙ୍କ ନିକଟକୁ ଇ-ଚାଲାଣ ପଠାଇଛି। ରତନ ଟାଟା ଏଭଳି ନିୟମ ଭାଙ୍ଗିବା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଯାଞ୍ଚ ପରେ ପ୍ରକୃତ ଘଟଣା ସାମ୍‌ନାକୁ ଆସିଛି। ତଦନ୍ତରୁ ଜଣାପଡିଛି, ଜଣେ ମହିଳା ତାଙ୍କ କାର୍‌ରେ ରତନ ଟାଟାଙ୍କ ଗାଡ଼ି ନମ୍ବର ପ୍ଲେଟ ଲଗାଇଥିଲେ। ମୁମ୍ବାଇ ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ଉକ୍ତ ନମ୍ବରରେ ପଞ୍ଜୀକରଣ ହୋଇଥିବା ଠିକଣାରେ ପୋଲିସ ଇ-ଚାଲାଣ ପଠାଇଥିଲା। ସିସିଟିଭି କ୍ୟାମେରା ଯାଞ୍ଚ ପରେ କାର୍‌ଟିକୁ ଜଣେ ମହିଳା ଚଲାଉଥିବା ଜଣାପଡିଥିଲା। ପୋଲିସ ସମ୍ପୃକ୍ତା ମହିଳାଙ୍କୁ ପଚରାଉଚରା କରିଥିଲା। ମହିଳାଙ୍କ କହିବା ଅନୁଯାୟୀ, ଜଣେ ଜ୍ୟୋତିଷ ତାଙ୍କୁ ଏକ ସ୍ବତନ୍ତ୍ର ନମ୍ବର ଥିବା ଗାଡ଼ି ଚଲାଇଲେ ଶୁଭ ବୋଲି କହିଥିଲେ।

Share