Categories: ଫୁରସତ

ରତନ ଟାଟା କୁକୁରର ନାଁ ରଖିଛନ୍ତି ‘ଗୋଆ’, ଜାଣନ୍ତୁ ଏହା ପଛରେ ଥିବା ମଜାଳିଆ କାହାଣୀ

ଜଣାଶୁଣା ଶିଳ୍ପପତି ରତନ ଟାଟା ପଶୁମାନଙ୍କୁ ଖୁବ୍‌ ଭଲ ପାଆନ୍ତି। ବିଶେଷ କରି ସେ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଟାଟା ଗ୍ରୁପ୍‌ର ବିଶ୍ୱସ୍ତରୀୟ ମୁଖ୍ୟାଳୟର କିଛି ଅଂଶ ଅର୍ଥାତ୍‌ ବମ୍ବେ ହାଉସ କେବଳ ରାସ୍ତାର କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ।

ଏହି କୁକୁରମାନଙ୍କ ମଧ୍ୟରେ ‘ଗୋଆ’ ନାମକ ଏକ କଳା ଏବଂ ଧଳା ରଙ୍ଗ ମିଶା କୁକୁର ଅଛି। ‘ଗୋଆ’ ହେଉଛି ରତନଙ୍କ ସବୁଠାରୁ ପ୍ରିୟ କୁକୁର। ରତନ ମଧ୍ୟ ନିଜେ ଏହା କହିଛନ୍ତି। ସେ ଏହି କୁକୁରକୁ ଅଫିସରେ ଭେଟିବାକୁ ସର୍ବଦା ଆଗ୍ରହୀ।

ରତନ ଦୀପାବଳି ଅବସରରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଗୋଆ ଏବଂ ଅନ୍ୟ କୁକୁରମାନଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର ସେ କ୍ୟାପଶନ୍‌ ଲେଖିବା ସହ ଏକ ମଜାଦାର କାହାଣୀ ମଧ୍ୟ କହିଛନ୍ତି, ଏହି କୁକୁର ଗୋଆ ନାମ କାହିଁକି ପାଇଲା?

୮୨ ବର୍ଷୀୟ ରତନ ଟାଟାଙ୍କ ମନ୍ତବ୍ୟରେ ଜଣେ ପ୍ରଶଂସକ ପଚାରିଥିଲେ ଯେ, କୁକୁରର ନାଁ କାହିଁକି ଏମିତି ରଖିଛନ୍ତି? ଏହାର ଉତ୍ତରରେ ରତନ କହିଛନ୍ତି ଯେ, ସେ ଗୋଆରେ ବୁଲୁଥିବାବେଳେ ଏହି କୁକୁର ଛୁଆଟିକୁ ପାଇଥିଲେ। ଏହା ପରେ ସେ ଆସି ମୋ’ ଗାଡ଼ିରେ ବସି ଆମ ସହିତ ସିଧାସଳଖ ବମ୍ବେ ହାଉସକୁ ଆସିଲା। ଯେତେବେଳେ ସେ ଗୋଆରୁ ଫେରିଥିେଲେ, ତେଣୁ ତା’ର ନାଁ ‘ଗୋଆ’ ରଖାଯାଇଛି।

Share