Categories: ଜାତୀୟ

ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୨୫।୪: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ଟୁଇଟରରେ କହିଛନ୍ତି, ରତନ ଟାଟାଙ୍କୁ ‘ଅର୍ଡର ଅଫ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତ ସହିତ ଅଷ୍ଟ୍ରେଲିଆରେ ମଧ୍ୟ ରତନ ଟାଟାଙ୍କ ଅବଦାନ ରହିଛିି। ସେ ଜଣେ ମହାନ ବ୍ୟବସାୟୀ।

ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପରୋପକାରୀ ପାଇଁ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଟାଟା ପାୱାର ଓଡିଶା ବିତରଣ ଲିମିଟେଡ (ଟିପିସିଓଡିଏଲ)ର କାର୍ଯ୍ୟନିର୍ବାହୀ ରାହୁଲ ରଞ୍ଜନ ମଧ୍ୟ ଏହି ସମାରୋହର ଫଟୋ ଶେୟାର କରିଛନ୍ତି।

Share