Categories: ଜାତୀୟ

ରତନ ଟାଟା ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି…

ନୂଆଦିଲ୍ଲୀ, ୨୧।୯ : ନୂତନ ସଦସ୍ୟମାନଙ୍କୁ ପିଏମ୍‌ କେୟାର ଫଣ୍ଡ ଟ୍ରଷ୍ଟି ବୋର୍ଡରେ ସାମିଲ କରାଯାଇଛି । ମଙ୍ଗଳବାର ଶିଳ୍ପପତି ରତନ ଟାଟାଙ୍କ ସମେତ ଅନେକ ଲୋକଙ୍କୁ ଟ୍ରଷ୍ଟି କରାଯାଇଛି। ସେଥି ସହିତ ସୁଧା ମୁର୍ତ୍ତୀଙ୍କୁ ପରାମର୍ଶଦାତା ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନୂତନ ଭାବେ ମନୋନୀତ ଟ୍ରଷ୍ଟିମାନେ ଯୋଗ ଦେଇଥିଲେ।

ବୈଠକରେ ମୋଦତ ଭାରତୀୟଙ୍କୁ କେୟାର୍ସ ଫଣ୍ଡରେ ଅବଦାନ ଦେଇଥିବାରୁ ପ୍ରଶଂସା କରିଛନ୍ତି। ବୈଠକରେ ପାଣ୍ଠି ସହାୟତାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା। ପିଏମ କେୟାର୍ସ ଫର ଚାଇଲ୍ଡ ସ୍କିମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ୪ ହଜାର ୩୪୫ ଜଣ ପିଲାଙ୍କୁ ସାହାଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶଦାତାଙ୍କ ଆଗମନ ସହିତ ପିଏମ କେୟାର୍ସ ଫଣ୍ଡର କାର୍ଯ୍ୟ ଏକ ନୂତନ ଦୃଷ୍ଟିକୋଣ ପାଇବ।

ସୁପ୍ରିମକୋର୍ଟର ପୂର୍ବତନ ଜଜ ଜଷ୍ଟିସ କେ.ଟି ଥୋମାସ, ପୂର୍ବତନ ଡେପୁଟି ସ୍ପିକର କରିଆ ମୁଣ୍ଡା ଏବଂ ଶିଳ୍ପପତି ରତନ ଟାଟା ଟ୍ରଷ୍ଟି ଭାବରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ସାମିଲ ଦେଇଛନ୍ତି। ବୈଠକ ପରେ ସଦସ୍ୟମାନଙ୍କୁ ପରାମର୍ଶଦାତା ଗୋଷ୍ଠୀର ଟ୍ରଷ୍ଟ ଦ୍ୱାରା ମନୋନୀତ କରାଯାଇଥିଲା। ଏଥିମଧ୍ୟରେ ପୂର୍ବତନ ସିଏଜି ରାଜୀବ ମେହେରୀ, ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୁର୍ତ୍ତୀ, ପୂର୍ବତନ ଇଣ୍ଡିକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ସିଇଓ ଆନନ୍ଦ ଶାହା ପ୍ରମୁଖ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୨୮ ମାର୍ଚ୍ଚ ୨୦୨୦ରେ ପିଏମ କେୟାର୍ସ ଫଣ୍ଡ (ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହାୟତା) ଆରମ୍ଭ ହୋଇଥିଲା। ଏହି ପାଣ୍ଠି ମାଧ୍ୟମରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୋଭିଡ -୧୯ ପରି ଜରୁରୀକାଳୀନ ପରିସ୍ଥିତି ଏବଂ ସଙ୍କଟ ସମୟରେ ରିଲିଫ ଯୋଗାଇବା। ଏହି ପାଣ୍ଠି ସମ୍ପୁର୍ଣ୍ଣ ଭାବରେ ବ୍ୟକ୍ତି କିମ୍ବା ସଂଗଠନର ସ୍ବେଚ୍ଛାକୃତ ସମର୍ଥନ ଦ୍ୱାରା କାର୍ଯ୍ୟ କରିଥାଏ।

Share