Posted inଜାତୀୟ

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ ପଡ଼ି ମିଥ୍ୟା ବୟାନ ଦେଉଥିବା କେଜ୍‌ରିଓ୍ବାଲ କହିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ଏପ୍ରିଲ ୧ରୁ ସେ ତିହାର ଜେଲରେ ଅଛନ୍ତି। ସୋମବାର ସେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ, ପ୍ରତିଦିନ ଇନ୍‌ସୁଲିନ୍‌ ଯୋଗାଇବା ପାଇଁ ସେ କହିଥିଲେ। ତାଙ୍କର ଡାଇବେଟିସ୍‌ ସ୍ଥିତିକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହଁ ବୋଲି ଏମ୍ସ ଡାକ୍ତର କଦାପି କହିନାହାନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ ଏକ ବିବୃତି ଜାରି କରି କହିଥିଲେ, ଏମ୍ସର ବରିଷ୍ଠ ବିଶେଷଜ୍ଞମାନଙ୍କ ସହ ସେମାନେ ଭିଡିଓ କନ୍‌ଫରେନ୍ସର ଆୟୋଜନ କରିଥିଲେ।
ଏହି ସମୟରେ କେଜ୍‌ରିଓ୍ବାଲଙ୍କ ଇନ୍‌ସୁଲିନ୍‌ ପ୍ରସଙ୍ଗ ଉଠାଇ ନ ଥିଲେ କିମ୍ବା ଡାକ୍ତରମାନେ ମଧ୍ୟ ଏଥିପାଇଁ ପ୍ରସ୍ତାବ ଦେଇ ନ ଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଥିଲେ। ତେବେ ତିହାର ଜେଲ ପ୍ରଶାସନ ରାଜନୈତିକ ଚାପରେ ପଡ଼ି ଭୁଲ୍‌ ଏବଂ ବିଭ୍ରାନ୍ତିକର ବୟାନ ଦେଉଥିବା କେଜ୍‌ରିଓ୍ବାଲ କହିଛନ୍ତି। କେଜ୍‌ରିଓ୍ବାଲଙ୍କ ଏହି ଚିଠିକୁ ଦିଲ୍ଲୀ ମନ୍ତ୍ରୀ ଆତିଶୀ ସୋସିଆଲ ମିଡିଆ ଏକ୍ସ’ରେ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, କେଜ୍‌ରିଓ୍ବାଲଙ୍କୁ ଧୀରେ ଧୀରେ ମୃତ୍ୟୁମୁଖକୁ ଠେଲିଦିଆଯାଉଥିବା ଆପ୍‌ ନେତା ସୌରଭ ଭରଦ୍ୱାଜ ଶନିବାର ଅଭିଯୋଗ କରିଥିଲେ। କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା ମଧ୍ୟ ରବିବାର ଅନୁରୂପ ଅଭିଯୋଗ ଆଣିଥିଲେ। ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇନ୍‌ସୁଲିନ୍‌ ଦିଆଯାଉ ନାହିଁ କି ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅନୁମତି ମିଳୁନାହିଁ ବୋଲି ଦଳ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri