Posted inଜାତୀୟ

ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି ଓ ଦାନବୀର। ଅକ୍ଟୋବର ୯ତାରିଖ ରାତିରେ ସେ ସମସ୍ତଙ୍କୁ ଶୋକ ସମୁଦ୍ରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ତେବେ ବହୁବାର ପ୍ରେମରେ ବିଚ୍ଛେଦ ପରେ ସେ କେବେ ବିବାହ କରି ନାହାନ୍ତି। ଏଥିପାଇଁ ଜୀବନ ଯାକ ସେ ଏକାକୀ ଜୀବନ ବିତାଇ ଦେଇଥିଲେ ହେଁ କେବେ ଭାଙ୍ଗି ପଡି ନାହାନ୍ତି। ରତନ ଟାଟାଙ୍କ ଆନୁମାନିକ ନେଟଓ୍ବର୍ଥ ହେଉଛି ୩୬୦୦ କୋଟି। ଏବେ ତାଙ୍କ ଟାଟାର ବିରାଟ ସାମ୍ରାଜ୍ୟ ଏକାକୀ ପଡି ଯାଇଛି। ଟାଟାଙ୍କର ଉତ୍ତରାଧିକାରୀ କେହି ନ ଥିବାବେଳେ ଏବେ ତାଙ୍କର ବ୍ୟବସାୟକୁ ତାଙ୍କର ସାବତ ଭାଇ ସମ୍ଭାଳିବେ ବୋଲି ଜଣାପଡିଛି।

ନିଜ ପ୍ରଫେସନାଲ ଲାଇଫ୍‌ରେ ଖୁବ ସଫଳତା ପାଇଥିବା ରତନ ଟାଟା କିନ୍ତୁ ନିସଙ୍ଗ ଜୀବନ କାଟିଥିଲେ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ ୪-୪ ଥର ପ୍ରେମରେ ପଡିଥିଲେ। ହେଲେ ବିବାହ କରିପାରି ନ ଥିଲେ। ଏକଥା ଖୋଦ ରତନ ଟାଟା କହିଛନ୍ତି।

ତାଙ୍କ କହିବାନୁଯାୟୀ, ଆମେରିକାର ଲସ ଏଞ୍ଜଲସରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏହି କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ। ରତନ ଟାଟାଙ୍କ ବିଶ୍ୱାସ ଥିଲା, ତାଙ୍କ ପଛେ ପଛେ ତାଙ୍କ ପ୍ରେମ ବି ଭାରତ ଆସିବ । ମାତ୍ର ସେପରି କିଛି ହୋଇ ନ ଥିଲା। ୧୯୬୨ ମସିହାରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।

କେବଳ ସେତିକି ନୁହେଁ, ବି – ଟାଉନ୍‌ରେ ବି ଜଣେ ଅଭିନେତ୍ରୀଙ୍କ ସହ ରତନ ଟାଟାଙ୍କ ନାମ ଯୋଡି ହୋଇଥିଲା। ଏହାକୁ ନେଇ ଖୁବ ଗୁଜବ ହୋଇଥିଲେ ବି ଉଭୟ ଜୀବନସାଥୀ ହୋଇ ପାରି ନ ଥିଲେ। ସେହିପରି ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ କଥା ମଧ୍ୟ ଉଠିଥିଲା। ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଏକ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ବୀକାର କରିଥିଲେ।
ସିମି କହିଥିଲେ, ରତନ ଟାଟା ଜଣେ ଅସାଧାରଣ ମଣିଷ ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଚମତ୍କାର । ତାଙ୍କର ଟଙ୍କା ପ୍ରତି କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା। ଏହା ମୋତେ ଖୁବ ଆକୃଷ୍ଟ କରିଥିଲା ବୋଲି କହିଥିଲେ ସିମି । ଉଭୟଙ୍କ ରୋମାନ୍ସ ଚାଲିଥିବା ଖବର ଖୁବ ପ୍ରଚାର ହେଉଥିଲେ ବି ଉଭୟ ବିବାହ ଯାଏଁ ପହଞ୍ଚି ପାରି ନ ଥିଲେ। କିନ୍ତୁ ଉଭୟ ଖୁବ ଭଲ ବନ୍ଧୁ ପାଲଟି ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri