ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…

ମେଲବୋର୍ନ,୧୩।୫: ଏବେ ସୋସିଆଲ୍‌ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା ସମୟରେ ଏଭଳି ଘଟିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଗୋଦାମରେ ଥିବା ପମ୍ପ୍‌ ଭିତରୁ ମୂଷା ଗୁଡ଼ିକ ତଳେ ଖସି ପଡୁଥିବାର ୪୫ ସେକେଣ୍ଡର ଏହି ଭିଡ଼ିଓରେ ଦେଖାଯାଉଛି। ଆକାଶରୁ ମୂଷା ବର୍ଷା ହେଉଛି ବୋଲି ଭିଡ଼ିଓରେ କୁହାଯାଉଛି। ଅଷ୍ଟ୍ରେଲିଆରେ ଅତ୍ୟଧିକ ମୂଷା ଥିବାରୁ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ। ମୂଷାଙ୍କ ଯୋଗୁ ବହୁ ପରିମାଣର ଖାଦ୍ୟଶସ୍ୟ ନଷ୍ଟ ହୋଇଥାଏ। ଗଣମାଧ୍ୟମ ପ୍ରତିନିଧି ଲୁସି ଠାକ୍‌ରାୟ ଏହି ଭିଡ଼ିଓକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ୍‌ କରିଛନ୍ତି।

Share