ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ

ମହାକାଳପଡ଼ା,୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓରାତ ଅଙ୍ଗୁଲାଇ ମୁଖ୍ୟ ରାସ୍ତାରେ ମହିଳାମାନେ ମାଠିଆ ଧରି ବସିଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଦୀର୍ଘଦିନ ହେବ ଅଭିଯୋଗ ହୋଇଆସୁଥିଲେ। କିନ୍ତୁ କୌଣସି ଫଳ ମିଳିଲା ନାହିଁ। ଏବେ ପାଣି ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୁ ଆମେ ହଟିବୁ ନାହିଁ ବୋଲି ମହିଳାମାନେ ଦାବି କରିଛନ୍ତି।