Categories: ଖେଳ

ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ

ଭାରତୀୟ ସ୍ପିନର୍‌ ସୋସିଆଲ୍‌ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍‌ଟକ୍‌ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ସହ ଭିଡିଓ ଶେୟାର କରନ୍ତି। ଯେବେଠୁ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ସେବେଠାରୁ ସେ ଆଗ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଭାବି ସ୍ତ୍ରୀଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଚହଲ ଏବଂ ଧନଶ୍ରୀଙ୍କ ମଜାଳିଆ ଅନ୍ଦାଜ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଏହାକୁ ପସନ୍ଦ କରି ହସିବା ଇମୋଜି ଦେଇଛନ୍ତି। ଧାରାବାହିକ ସାଥ୍‌ ନିଭାନା ସାଥିୟାଁ ଏକ ମିମ୍‌ ରଷୋଡେ ମେଁ କୌନ ଥାରେ ଉଭୟ ଅଭିନୟ କରୁଥବା ଦେଖାଯାଇଛି। ସବୁଠୁ ମଜାଦାର ହୋଇଛି ଚହଲଙ୍କ ଅଭିନୟ। ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ଜଣେ ଦନ୍ତ ଚିକିତ୍ସକ। ନିଜକଟରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏହାପରେ ସେ ହସ୍ପିଟାଲରେ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share