ରଶ୍ମୀରେଖା ଆଉ ମୁଁ ସ୍ବାମୀସ୍ତ୍ରୀ ଭଳି ରହୁଥିଲୁ: ସନ୍ତୋଷ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁର ଅନେକ ଦିନ ପରେ ମୁହଁ ଖୋଲିଛନ୍ତି ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ର। ସେ କହିଛନ୍ତି, ବାହା ହୋଇ ନ ଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀ ପରି ଉଭୟ ରହୁଥିଲେ।

ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହାଜର ହେବା ପରେ ଗଣମାଧ୍ୟମକୁ ଗୁରୁବାର ସନ୍ତୋଷଙ୍କୁ ଜେରା କରାଯାଇଥିଲା। ଏହା ପରେ ସନ୍ତୋଷ ଗଣମାଧ୍ୟମକୁ କହିଛନ୍ତି, ୧୭ ତାରିଖ ରାତିରେ ରଶ୍ମୀରେଖାଙ୍କ ସହ କଥା ହୋଇଥିଲି। ଆଉ ୧୮ ତାରିଖ ସାାରେ ତାଙ୍କ ମୃତ୍ୟୁ ଖବର ପାଇଥିଲି। ଆମେ ଦୁହେଁ ମନ୍ଦିରରେ ବିବାହ କରି ସ୍ବାମୀସ୍ତ୍ରୀ ଭଳି ଚଳୁଥିଲୁ। ଏହି ମାସ ଶେଷ ଆଡକୁ କୋର୍ଟରେ ବିବାହ କରିବାର ଯୋଜନା ଥିଲା। ହେଲେ କ’ଣ ପାଇଁ ସେ ଆତ୍ମହତ୍ୟା କଲେ, ସେନେଇ କହିପାରିବେ ନାହିଁ ବୋଲି ସନ୍ତୋଷ କହିଛନ୍ତି।

ପ୍ରକାଶ ଯେ, ରଶ୍ମୀରେଖାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ପତ୍ତା ନଥିଲା। ମୃତ୍ୟୁର ସାତ ଦିନ ପର୍ଯ୍ୟନ୍ତ ମୁହଁ ଖୋଲି ନ ଥିଲେ ସେ। ତାଙ୍କ ନାଁରେ ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ମାମଲା ରୁଜୁ କରିଥିଲା। ସନ୍ତୋଷଙ୍କୁ ନୟାପଲ୍ଲୀ ଥାନାରେ ହାଜର ପାଇଁ ନୋଟିସ କରାଯାଇଥିଲା। ଗୁରୁବାର ସେ ଥାନାରେ ପହଞ୍ଚିଥିଲେ। ତେବେ ସ୍ତ୍ରୀଙ୍କ ମୃତ୍ୟୁର ୭ ଦିନ ପରେ ମଧ୍ୟ କାହିଁକି ସନ୍ତୋଷଙ୍କର ଦେଖା ନ ଥିଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ସନ୍ତୋଷଙ୍କ ପୂର୍ବରୁ ଗୁରୁବାର ରଶ୍ମୀରେଖାଙ୍କ ପୂର୍ବତନ ପ୍ରେମିକ ରାଜାଙ୍କୁ ପୁଲିସ ପଚରାଉଚରା କରିଥିଲା। ପରେ ରାଜା କହିଥିଲେ, ତଦନ୍ତରେ ପୁଲିସକୁ ସମସ୍ତ ସହାୟତା କରୁଛି।