ବିଜୟଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ରଶ୍ମିକା, ଭାଇରାଲ ହେଉଛି ଟ୍ବିଟ୍‌

ମୁମ୍ବାଇ: ସାଉଥ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ହିଟ୍‌ ହୋଇଥିବା ଆନିମଲରେ ତାଙ୍କର ଦମଦାର ଅଭିନୟ ହେଉ କି ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ଲଭ୍‌ ଲାଇଫକୁ ନେଇ ହେଉ। ପୂର୍ବରୁ କେବଳ ପ୍ରଶଂସକମାନେ ସେମାନଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା କରୁଥିଲେ । କିନ୍ତୁ କିଛି ଦିନ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସମସ୍ତ ବଡ ବ୍ୟକ୍ତିତ୍ୱ ଏହି କପଲଙ୍କ ବିଷୟରେ ଆଲୋଚନା କରୁଛନ୍ତି । ଖୋଲାଖୋଲି ଭାବେ ରଶ୍ମିକାଙ୍କୁ ବିଜୟଙ୍କ ନାମରେ ଚିଡାଯାଉଛି । କିନ୍ତୁ ନିକଟରେ ରଶ୍ମିକା ନିଜେ ହିଁ ଏ ସମ୍ପର୍କରେ କନଫର୍ମ କରିଛନ୍ତି!

ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ସୂଚନା ଦେଇଛନ୍ତି। ତାଙ୍କର ଗୋଟିଏ ଟ୍ବିଟ ବର୍ତ୍ତମାନ ଭାଇରାଲ ହେଉଛି। ତାଙ୍କ ଫ୍ୟାନ ପେଜ୍‌ରେ ଶେୟାର
କରାଯାଇଥିବା ଟୁଇଟରେ ଲେଖାଯାଇଥିଲା କି ‘ଜଣେ ବ୍ୟକ୍ତି ରଶ୍ମିକାଙ୍କ ସ୍ବାମୀ ହେବା ପାଇଁ କେଉଁ ଗୁଣ ରହିବା ଉଚିତ। ସେ ଭାରତର ନ୍ୟାଶନାଲ କ୍ରସ ତେଣୁ ତାଙ୍କ ସ୍ବାମୀ ମଧ୍ୟ ସ୍ବତନ୍ତ୍ର ହେବା ଉଚିତ । ତାଙ୍କ ସ୍ବାମୀ ମଧ୍ୟ (Vijay Devarkonda-Varun Dhawan) ପରି ହେବା ଉଚିତ୍‌। ତେବେ ଏହି ଟ୍ବିଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ରଶ୍ମିକା ମଧ୍ୟ ମଜାଦାର ଉତ୍ତର ଦେଇଥିଲେ ।

ରଶ୍ମିକା ରିପ୍ଲାଏ କରିଛନ୍ତି, ‘ଏହା ସମ୍ପୂର୍ଣ୍ଣ ସତ।’ ଏହି ଟ୍ବିଟ ସହିତ ଅଭିନେତ୍ରୀ ଏକ ହାର୍ଟ ଇମୋଜି ମଧ୍ୟ ଶେୟାର କରିଛନ୍ତି। ବର୍ତ୍ତମାନ ତାଙ୍କର ଏପରି ରିପ୍ଲାଏ ତାଙ୍କର ଓ ବିଜୟଙ୍କ ବିବାହ ଖବର ପୁଣି ଥରେ ଚର୍ଚ୍ଚାକୁ ଆଣିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri