ବିଜୟଙ୍କ ସହ ବିବାହକୁ ନେଇ ଏମିତି କହିଦେଲେ ରଶ୍ମିକା: ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୬ରେ ସେ ବିଜୟ ଦେବରକୋଣ୍ଡାଙ୍କ ହାତ ଧରିବେ ବୋଲି ଇଣ୍ଡଷ୍ଟ୍ରିରେ ଫୁସୁରୁଫାସର ଚାଲିଛି। ନିକଟରେ ରଶ୍ମିକା ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଯଦିଓ ସେ ଚାଲିଥିବା ବିବାହ ଗୁଜବକୁ ଅସ୍ବୀକାର କରିନାହାନ୍ତି। କିନ୍ତୁ ସମୟ ଆସିଲେ ଆମେ ସବୁକିଛି କହିବୁ ବୋଲି ହସି ହସି କହିଛନ୍ତି।
ରଶ୍ମିକା ଏବଂ ବିଜୟ ଉଭୟ ଉଦୟପୁରରେ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି। ଉଭୟ ଚଳିତ ବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ କରିଥିଲେ। ଯଦିଓ ଏହି ଯୋଡ଼ି କୌଣସି ଘୋଷଣା କିମ୍ବା ଫଟୋ ଶେୟାର କରି ନ ଥିଲେ, ବିଜୟଙ୍କ ଟିମ୍‌ ନିର୍ବନ୍ଧ ହୋଇଥିବାର ନିଶ୍ଚିତ କରିଥିଲେ।
ଗୀତା ଗୋବିନ୍ଦମ (୨୦୧୮) ଏବଂ ଡିଅର୍‌ କମ୍ରେଡ (୨୦୧୯) ରେ ଏକାଠି କାମ କରିବା ପରଠାରୁ ଉଭୟଙ୍କ ଡେଟିଂର ଗୁଜବ ଉଠିଛି। ବିଜୟ ଏବଂ ରଶ୍ମିକାଙ୍କୁ ପ୍ରାୟତଃ ଏକାଠି ସମୟ ବିତାଉଥିବା ଦେଖାଯାଇଛି। ଅଗଷ୍ଟରେ ସେ ନ୍ୟୁୟର୍କରେ ୪୩ତମ ଇଣ୍ଡିଆ ଡେ’ ପରେଡର ନେତୃତ୍ୱ ନେଇଥିଲେ। ସେ ଇଣ୍ଡିଆ ବିୟଣ୍ଡ ବର୍ଡର୍ସ ନାମକ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri