ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ରଶ୍ମିକାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । କେବଳ ଫିଲ୍ମ ନୁହେଁ ଏବେ ରଶ୍ମିକାଙ୍କ ଡେଟିଂକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରଶ୍ମିକା କୁଆଡେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରୁଛନ୍ତି ବୋଲି କୁହାଯାଉଛି । ତେବେ ଏହାକୁ ନେଇ ଏବେ ରିଆକ୍ଟ କରିଛନ୍ତି ରଶ୍ମିକା ।
ଅଭିନେତ୍ରୀ କହିଛନ୍ତି, ଆମେ ଯେହେତୁ ସେଲିବ୍ରିଟି ବା କଳାକାର ଆମେ ଲାଇମ ଲାଇଟରେ ରହିବା ସ୍ୱାଭାବିକ କଥା । ଆମ ସମ୍ପର୍କରେ ଦର୍ଶକେ ଅଧିକ କିଛି ଜାଣିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଯାହା ସବୁ ଚାଲିଛି ତାହା ମୋତେ ଜଣା । ହେଲେ ବିଜୟ ଆଉ ମୁଁ ବାସ୍ତବରେ ବସିକି କେଉଁଠି କିଛି ଚର୍ଚ୍ଚା କରୁନୁ । ଆମ ନିକଟରେ ୧୫ ଜଣିଆ ଏକ ଗ୍ରୁପ ରହିଛି । ଯଦି ସୁଯୋଗ ଦିଆଯାଏ ତେବେ ଆମେ ସେମାନଙ୍କ ସହ ବୋର୍ଡ ଗେମ ଖେଳିପାରିବୁ । ଆମ ପାଇଁ ଆମ ବନ୍ଧୁତ୍ୱ ଗୁରୁତ୍ୱପୂର୍ଣ୍ଣ ଯାହା ଆମକୁ ଯୋଡି ରଖିଥାଏ ।
ରଶ୍ମିକା କହିଛନ୍ତି ସେ ବହୁଦିନ ଆଗରୁ ବିଜୟଙ୍କୁ ଜାଣନ୍ତି ଆଉ ଅର୍ଜୁନ ରେଡ୍ଡିଙ୍କ ଖୁବ୍ ନିକଟତର । ଆମେ ଭଲ ବନ୍ଧୁ ଓ ସବୁ କଥା ଆମେ ଶେୟାର କରିଥାଉ । ପ୍ରକୃତରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଧାନାଙ୍କ ଭିତରେ କ’ଣ ସମ୍ପର୍କ ରହିଛି ତାହା ତ ସମୟ କହିବ ଏବେ କିନ୍ତୁ ତାଙ୍କ ସମ୍ପର୍କକୁ ନେଇ ରଶ୍ମିକା ଯାହା କହିଛନ୍ତି ତାହାକୁ କେତେକ ଦର୍ଶକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Share