ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ରଶ୍ମିକାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । କେବଳ ଫିଲ୍ମ ନୁହେଁ ଏବେ ରଶ୍ମିକାଙ୍କ ଡେଟିଂକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରଶ୍ମିକା କୁଆଡେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରୁଛନ୍ତି ବୋଲି କୁହାଯାଉଛି । ତେବେ ଏହାକୁ ନେଇ ଏବେ ରିଆକ୍ଟ କରିଛନ୍ତି ରଶ୍ମିକା ।
ଅଭିନେତ୍ରୀ କହିଛନ୍ତି, ଆମେ ଯେହେତୁ ସେଲିବ୍ରିଟି ବା କଳାକାର ଆମେ ଲାଇମ ଲାଇଟରେ ରହିବା ସ୍ୱାଭାବିକ କଥା । ଆମ ସମ୍ପର୍କରେ ଦର୍ଶକେ ଅଧିକ କିଛି ଜାଣିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଯାହା ସବୁ ଚାଲିଛି ତାହା ମୋତେ ଜଣା । ହେଲେ ବିଜୟ ଆଉ ମୁଁ ବାସ୍ତବରେ ବସିକି କେଉଁଠି କିଛି ଚର୍ଚ୍ଚା କରୁନୁ । ଆମ ନିକଟରେ ୧୫ ଜଣିଆ ଏକ ଗ୍ରୁପ ରହିଛି । ଯଦି ସୁଯୋଗ ଦିଆଯାଏ ତେବେ ଆମେ ସେମାନଙ୍କ ସହ ବୋର୍ଡ ଗେମ ଖେଳିପାରିବୁ । ଆମ ପାଇଁ ଆମ ବନ୍ଧୁତ୍ୱ ଗୁରୁତ୍ୱପୂର୍ଣ୍ଣ ଯାହା ଆମକୁ ଯୋଡି ରଖିଥାଏ ।
ରଶ୍ମିକା କହିଛନ୍ତି ସେ ବହୁଦିନ ଆଗରୁ ବିଜୟଙ୍କୁ ଜାଣନ୍ତି ଆଉ ଅର୍ଜୁନ ରେଡ୍ଡିଙ୍କ ଖୁବ୍ ନିକଟତର । ଆମେ ଭଲ ବନ୍ଧୁ ଓ ସବୁ କଥା ଆମେ ଶେୟାର କରିଥାଉ । ପ୍ରକୃତରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଧାନାଙ୍କ ଭିତରେ କ’ଣ ସମ୍ପର୍କ ରହିଛି ତାହା ତ ସମୟ କହିବ ଏବେ କିନ୍ତୁ ତାଙ୍କ ସମ୍ପର୍କକୁ ନେଇ ରଶ୍ମିକା ଯାହା କହିଛନ୍ତି ତାହାକୁ କେତେକ ଦର୍ଶକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

ଠେକୁଆ ବେଶରେ କ୍ୟୁଟ୍‌ ତୈମୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ରବିବାର ନିଜ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ତୈମୁର ଅଲ୍ଲୀ...

ଏକଦା ଦୁଃଖ ସମୟରେ ମାଧୁରୀ କରୁଥିଲେ କମେଡି ସିନ୍‌ ଶୁଟ୍‌: ଘଟଣା ଜାଣିଲେ…

ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ସର୍ବଦା ତାଙ୍କ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ଜୀବନର...

ମନେ ପଡ଼ନ୍ତି ସୁଶାନ୍ତ: ଆଜି ବି ତାଙ୍କ ନାମରେ…

ମୁମ୍ବାଇ: ଆଜି ବି ମନେ ପଡ଼ନ୍ତି ସୁଶାନ୍ତ ସିଂ ରାଜପୁତ। ତାଙ୍କ ଅଭିନୟକୁ ଦର୍ଶକ ଏବେ ବି ଭୁଲି ପାରିନାହାନ୍ତି। ସୋମବାର ତାଙ୍କ ଅଭିନୀତ ଫିଲ୍ମ...

ସଲମାନ ଖାନ୍‌ଙ୍କ ବିନା ମୁଁ ଅଧୁରା: କ୍ୟାଟ୍ରିନା

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ...

ଭାଇରାଲ ହେଉଛି କାଜଲଙ୍କ ଭ୍ୟାକେଶନ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲଙ୍କର ଯେତେ ପ୍ରଶଂସା କଲେ ବି କମ୍ ହୁଏ ବୋଲି କୁହାଯାଏ । ଅଭିନୟରେ ପାରଙ୍ଗମ ଏହି ଅଭିନେତ୍ରୀ ଏବେ ଭ୍ୟାକେଶନରେ...

ଇନ୍ଦ୍ରଧନୁ ଓ ରଣବୀର

ରଣବୀର ସିଂ ଏବଂ ଇନ୍ଦ୍ରଧନୁ-ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ବର୍ତ୍ତମାନ ସେ କପିଳ ଦେବଙ୍କ ବାୟୋପିକ୍‌ ‘ଏଇଟିଥ୍ରୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ...

Advertisement
Archives

Model This Week