ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ରଶ୍ମିକାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । କେବଳ ଫିଲ୍ମ ନୁହେଁ ଏବେ ରଶ୍ମିକାଙ୍କ ଡେଟିଂକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରଶ୍ମିକା କୁଆଡେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରୁଛନ୍ତି ବୋଲି କୁହାଯାଉଛି । ତେବେ ଏହାକୁ ନେଇ ଏବେ ରିଆକ୍ଟ କରିଛନ୍ତି ରଶ୍ମିକା ।
ଅଭିନେତ୍ରୀ କହିଛନ୍ତି, ଆମେ ଯେହେତୁ ସେଲିବ୍ରିଟି ବା କଳାକାର ଆମେ ଲାଇମ ଲାଇଟରେ ରହିବା ସ୍ୱାଭାବିକ କଥା । ଆମ ସମ୍ପର୍କରେ ଦର୍ଶକେ ଅଧିକ କିଛି ଜାଣିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଯାହା ସବୁ ଚାଲିଛି ତାହା ମୋତେ ଜଣା । ହେଲେ ବିଜୟ ଆଉ ମୁଁ ବାସ୍ତବରେ ବସିକି କେଉଁଠି କିଛି ଚର୍ଚ୍ଚା କରୁନୁ । ଆମ ନିକଟରେ ୧୫ ଜଣିଆ ଏକ ଗ୍ରୁପ ରହିଛି । ଯଦି ସୁଯୋଗ ଦିଆଯାଏ ତେବେ ଆମେ ସେମାନଙ୍କ ସହ ବୋର୍ଡ ଗେମ ଖେଳିପାରିବୁ । ଆମ ପାଇଁ ଆମ ବନ୍ଧୁତ୍ୱ ଗୁରୁତ୍ୱପୂର୍ଣ୍ଣ ଯାହା ଆମକୁ ଯୋଡି ରଖିଥାଏ ।
ରଶ୍ମିକା କହିଛନ୍ତି ସେ ବହୁଦିନ ଆଗରୁ ବିଜୟଙ୍କୁ ଜାଣନ୍ତି ଆଉ ଅର୍ଜୁନ ରେଡ୍ଡିଙ୍କ ଖୁବ୍ ନିକଟତର । ଆମେ ଭଲ ବନ୍ଧୁ ଓ ସବୁ କଥା ଆମେ ଶେୟାର କରିଥାଉ । ପ୍ରକୃତରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଧାନାଙ୍କ ଭିତରେ କ’ଣ ସମ୍ପର୍କ ରହିଛି ତାହା ତ ସମୟ କହିବ ଏବେ କିନ୍ତୁ ତାଙ୍କ ସମ୍ପର୍କକୁ ନେଇ ରଶ୍ମିକା ଯାହା କହିଛନ୍ତି ତାହାକୁ କେତେକ ଦର୍ଶକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri